କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାରର ଶେଷ ପର୍ଯ୍ୟାୟରେ ପହଞ୍ôଚଥିବା ବେଳେ, ଆଜି କର୍ଣ୍ଣାଟକ ନିର୍ବାଚନର ଶେଷ ଦିନ । ଗତକାଲି କଂଗ୍ରସ, ବିଜେପି ଓ ଅନ୍ୟାନ୍ୟ ରାଜନୈତିକ ଦଳଗୁଡିକ ପକ୍ଷରୁ ଜୋରଦାର ପ୍ରଚାର କରାଯାଇଛି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପିର ନିର୍ବାଚନ ପ୍ରଚାର ନିମନ୍ତେ ବେଙ୍ଗାଲୁରୁ ନିୟୁ ଥିପ୍ପାସାଣ୍ଡ୍ରା ରୋଡର କେମ୍ପେଗୌଡାଙ୍କ ପ୍ରତିମୂର୍ତ୍ତି ନିକଟରୁ ଟ୍ରିନିଟ ସର୍କଲ ପର୍ଯ୍ୟନ୍ତ ସଡକ ଶୋଭାଯାତ୍ରା କରିଛନ୍ତି । ପ୍ରାୟ ୮ କିମି ଦୀର୍ଘ ଏହି ରୋଡ ଶୋ ଦେଢ ଘଣ୍ଟା ଧରି ଚାଲିଥିଲା । ମୋଦୀଙ୍କ ସହିତ ଏହି ଶୋଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, ଦଳୀୟ ସାଂସଦ ପିସି ମୋହନ ସାମିଲ ହୋଇଥିଲୋ । ଶୋଭାଯାତ୍ରା ସମୟରେ ରାସ୍ତାର ଉଭୟ ପାଶ୍ୱର୍ରେ ଦଳୀୟ କର୍ମୀ, ନେତା ଓ ସାଧାରଣ ଜନତା ଉପସ୍ଥିତ ଥିଲେ । ମୋଦୀ ଓ ଭାରତ ମାତା କି ଜୟ ସ୍ଲୋଗାନ ଦେବା ସହ ମୋଦୀଙ୍କ ଉପରକୁ ଫୁଲ ପକାଇଥିଲେ । ମୋଦୀ ହାତ ହଲାଇ ଅଭିବାଦନ ଗ୍ରହଣ କରିଥିଲେ । ଶନିବାର ଦିନ ମଧ୍ୟ ମୋଦୀ ବେଙ୍ଗାଲୁରୁରେ ୨୬ କିମି ରୋଡ ଶୋ କରିଥିଲେ । ଯାହା ପ୍ରାୟ ୬ଟି ନିର୍ବାଚନମଣ୍ଡଳୀ ଦେଇ ଅତିକ୍ରମ କରିଥିଲେ । ଗତକାଲି ମୋଦୀ ବିଭିନ୍ନ ସ୍ଥାନରେ ଜନସଭା କରି ବିଜେପି ପାଇଁ ଭୋଟ ଭିକ୍ଷା କରିଥିଲେ ।