ଟାଇଟେଲ- ଅନୁଭବ ଜାଗୃତିଙ୍କ ବିବାହ ଚର୍ଚ୍ଚାକୁ ନେଇ ପଡିଲା ପୂର୍ଣ୍ଣଚ୍ଛେଦ । ସରିଛି ନିର୍ବନ୍ଧ । ୧୧ରେ ପଡିବ ହାତଗଣ୍ଠି । ସୋସିଆଲ ମିଡିଆରେ ଆସି ସାରିଛି ଦୁହିଁଙ୍କ ଏନଗେଜମେଣ୍ଟର ଝଲକ । ନିଜେ ଜାଗୃତି ସେୟାର କରିଛନ୍ତି ଫଟୋ । ଫଟୋ ସେୟାର କରି ଲେଖିଛନ୍ତି ମୋ ବେଷ୍ଟ ଫ୍ରେଣ୍ଡଙ୍କୁ ହଁ କହିଦେଲି…. ଏକାଠି ଆମ ପ୍ରେମ କାହାଣୀ ଲେଖିବା, ଆଉ ଅପେକ୍ଷା କରିପାରୁନି । ତେବେ ଜାଗୃତି ଶୁକ୍ଳାଙ୍କ ପୋଷ୍ଟକୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ଓଡିଶା ନୁହେଁ ବରଂ ଓଡିଶା ବାହାରେ ହୋଇଛି ନିର୍ବନ୍ଧ । ଶୂଣିବାକୁ ମିଳୁଛି କାଳେ ଦିଲ୍ଲୀରେ ହୋଇଛି ଏନଗେଜମେଣ୍ଟ । ଦୁହିଁଙ୍କ ପରିବାର ଓ ବନ୍ଧୁ ବାନ୍ଧବଙ୍କ ଉପସ୍ଥିତିରେ ଦୁହେଁ ଦୁହିଁଙ୍କୁ ମୁଦି ପିନ୍ଧାଇଛନ୍ତି । ଏବେ କେବଳ ଅପେକ୍ଷା ବିବାହ ଉତ୍ସବକୁ । ଦୁହେଁ ତାରିଖ ଘୋଷଣା ନ କରିଥିଲେ ବି ଚର୍ଚ୍ଚା ହେଉଛି ମାର୍ଚ୍ଚ ୧୧ ତାରିଖରେ ରାଜସ୍ଥାନରେ ପଡିବ ହାତଗଣ୍ଠି । ବିବାହକୁ ସ୍ମରଣୀୟ କରିବାକୁ ଏହି ଦୁଇ ସେଲିବ୍ରେଟି କରିବେ ଡେଷ୍ଟିନେସନ ୱେଡିଂ ।
ତେବେ ପୂର୍ବରୁ ଅନେକ ସାକ୍ଷାତକାରରେ ଅନୁଭବ ଖୁବଶୀଘ୍ର ଦ୍ୱିତୀୟ ବିବାହ କରିବାକୁ ଯାଉଥିବା କହିଥିବା ବେଳେ ଜାଗୃତି ମଧ୍ୟ ଚଳିତ ବର୍ଷ ବିବାହ କରିବେ ବୋଲି କହିଥିଲେ । ଯଦିଓ ଉଭୟ ପରସ୍ପରକୁ ବିବାହ କରିବା କଥା ସ୍ପଷ୍ଟ କରିନଥିଲେ କିନ୍ତୁ ସେମାନଙ୍କ ସମ୍ପର୍କ ଖୁବ୍ ଗଭୀର ବୋଲି କହିଥିଲେ ।
ସୂଚନା ମୁତାବକ ଅନୁଭବ ଏବଂ ଜାଗ୍ରତିଙ୍କ ସମ୍ପର୍କ ୨୦୨୦ ମସିହାରେ ଆରମ୍ଭ ହୋଇଥିଲା । ଜାଗ୍ରତି ଲୋକସଭା ଟିଭିରେ ଉପସ୍ଥାପିକା ଥିବାବେଳେ ଯୁବ ସାଂସଦ ଭାବେ ଅନୁଭବଙ୍କ ସାକ୍ଷାତକାର ନେଇଥିଲେ । ପରେ ଅନୁଭଙ୍କ ଉପରେ ବହି ଲେଖିବା ଉଦ୍ଦେଶ୍ୟରେ ତାଙ୍କ ସହ ମିଳାମିଶା ଆରମ୍ଭ କରିଥିଲେ । ଏହା ପରଠୁ ସମ୍ପର୍କ ଆହୁରି ଘନିଷ୍ଠ ହୋଇଥିଲା । ୨୦୨୦ ମସିହାରେ ଅନୁଭବ ନିଜ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କଠାରୁ ଡିଭୋର୍ସ ପାଇଁ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ବର୍ଷା ଅଭିଯୋଗ କରିଥିଲେ ଯେ , ଦିଲ୍ଲୀରେ ଥିବା ତାଙ୍କର ବାନ୍ଧବୀ ଜାଗ୍ରତିଙ୍କ ପାଇଁ ତାଙ୍କର ଡିଭୋର୍ସ ହେବାକୁ ଯାଉଛି ।
ପୁଣି ଅନୁଭବ ମଧ୍ୟ ସମୟ ସମୟରେ ଜାଗ୍ରତିଙ୍କ ଫଟୋ ପୋଷ୍ଟ କରୁଥିଲେ, ଯାହାକୁ ନେଇ ଚର୍ଚ୍ଚା ହୋଇଥିଲା। ଗତ କିଛି ଦିନ ଭିତରେ ବିଭିନ୍ନ ସାକ୍ଷାତକାରରେ ଜାଗ୍ରତି ଓ ଅନୁଭବ ବିବାହ କରିବାକୁ ଇସାରା ଦେଇଥିଲେ। ହେଲେ ଭାଇରାଲ ହୋଇଥିବା ଫଟୋକୁ ନେଇ ଉଭୟ ଏବେ ଯାଏଁ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି ।