ନୂଆପଡ଼ା -୨୮/୦୭/୨୪- ନୂଆପଡ଼ା ଜିଲ୍ଲା ଖଡ଼ିଆର ବ୍ଲକ ଗତ ଶନିବାର ଦିନ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଖଡ଼ିଆଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ତଥା ବିଚାରକ ଭାବେ ଯୋଗ ଦେଇଥିଲେ ଲକ୍ଷ୍ମୀକାନ୍ତ ରଣା, ପାରିତୋଷ ଜେନା, ସିଦ୍ଧାର୍ଥ ଦାସ, ଦୀପ୍ତି ରଞ୍ଜନ ଶତପଥୀ, ଗୌରାଙ୍ଗ କୁମାର ସାହୁ,ଲକ୍ଷ୍ମୀନାରାୟଣ ପଣ୍ଡା, ସଙ୍ଗୀତା ବେହେରା, ଶ୍ରୀମତୀ ପ୍ରଭାସିନୀ ଲେଙ୍କା। ବିଚାରକ ମଣ୍ଡଳୀ ଉପସ୍ଥିତ ରହି ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ସନାତନ ମିଶ୍ର ଅତିଥି ପରିଚୟ ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମକୁ ପରିଚାଳିତ କରିଥିଲେ। ବିଜ୍ଞାନ ପ୍ରମୁଖ କ୍ଷେତ୍ର ଗୁରୁଜୀ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଉମେଶ ଗୁରୁଜୀ ବୃତ୍ତ କଥନ କରିଥିଲେ। ସଂପାଦକ ବିନୋଦ ବିହାରୀ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିଶୁ ପ୍ରାରମ୍ଭ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟତଃ ୧୭୦ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଗଣିତ, ବିଜ୍ଞାନ, ସଂସ୍କୃତି ଜ୍ଞାନ ପ୍ରଶ୍ନମଞ୍ଚ, କଥା କଥନ, ପତ୍ରବାଚନ, ମୂର୍ତ୍ତି କଳା, ନିବନ୍ଧ ଲିଖନ, ସଙ୍ଗୀତ, ଏଭଳି ଅନେକ ପ୍ରତିଯୋଗିତାରେ ପ୍ରାୟତଃ ଶତ ପ୍ରତିଶତ ଛାତ୍ର ଛାତ୍ରୀ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା , ଛାତ୍ର ଛାତ୍ରୀ ଶୁଭେଚ୍ଛୁ ତଥା ପରିଚାଳନା ସମିତିର ସହଯୋଗରେ କାର୍ଯ୍ୟକ୍ରମ ଟି ସଫଳ ହୋଇ ପାରିଛି ।