ସୋରଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ବୁଧବାର ଅପରାହ୍ନ ରେ ତ୍ରିଂଶତମ ବାର୍ଷିକ ଉତ୍ସବ ମହା ସମାରୋହ ରେ ପାଳିତ ହୋଇଛି ଲ ପ୍ରଧାନ ଆଚାର୍ଯ୍ୟ ସୁନୀଲ କୁମାର ରଥ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଆୟୋଜିତ ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ନୀଳମଣି ବିଷୋୟୀ, ସାନମାନିତ ଅତିଥି ମୁଖ୍ୟ ବକ୍ତା ଭାବେ ଓଡିଶା ଶିକ୍ଷା ବିଭାଗ ସମିତି ସଭାପତି ଡାକ୍ଟର କିଶୋର ଚନ୍ଦ୍ର ମହାନ୍ତି ଯୋଗ ଓ ଅନୁଷ୍ଠାନ ସଭାପତି ରୋହିତ ବିଷୋୟୀ, ସମ୍ପାଦକ ମହେଶ୍ୱର ସାହୁ ଯୋଗ ଦେଇଥିଲେ I ପ୍ରଥମେ ବେଦପାଠ, ପ୍ରଜ୍ବଳନ ପରେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ ଛାତ୍ରୀ ଛାତ୍ର l ପ୍ରତି ଶିକ୍ଷାର୍ଥୀ ଶିକ୍ଷା ଗ୍ରହଣ ସମୟରେ ଶୃଙ୍ଖଳିତ ମନ ସହ ସମୟାନୁବର୍ତ୍ତିତା ହେବା ସହ ଦୈନଦିନ କାର୍ଯ୍ୟପ୍ରଣାଳୀ ପ୍ରତି ଯଥେଷ୍ଠ ଧ୍ୟାନ ଦେବା ଆବଶ୍ୟକ ବୋଲି ମୁଖ୍ୟ ବକ୍ତା ଶ୍ରୀ ମହାନ୍ତି କହିଥିଲେ l ସଂସ୍କୃତି, ପରମ୍ପରା, ଆଚାର, ବ୍ୟବହାର, ଜୀବନ ଶୈଳୀ ତଥା ନୈତିକ କର୍ତ୍ତବ୍ୟ ପ୍ରତି ସମସ୍ତ ଙ୍କୁ ଯଥୋଚିତ ସଚେତନ କରାଇବା ସହ ବିଦ୍ୟାର୍ଥୀ ଙ୍କୁ ଉତ୍ତମ ଚରିତ୍ରକରି ଗଢି ତୋଳିବା ଦାୟିତ୍ୱ ବହନ କରିଛି ଏହି ଶିକ୍ଷା ନୁଷ୍ଠାନ l ମା, ମାଟି, ଦେଶ ପ୍ରତି ଶ୍ରଦ୍ଧା ରଖିବା ପାଇଁ ସମସ୍ତ ମଣିଷ ଆଗ୍ରହ ରଖନ୍ତୁ l ମୁଁ ଜଣେ ପୂର୍ବତନ ସୈନିକ ହିସାବରେ ଦେଶ ମାତୃକା କୁ ସଦା ସନମାନ କରେ ସମସ୍ତେ ନିଜ ଦେଶ କୁ ଭଲ ପାଇବା ବୋଲି ବିଧାୟକ ଶ୍ରୀ ବିଷୋୟୀ କହିଥିଲେ l ଏହି ଅବସରରେ ଅଂଚଳର ପୂର୍ବତନ ସୈନିକ, ସମାଜସେବୀ, ଗଣମାଧ୍ୟମ ପ୍ରତିନିଧି, ବରିଷ୍ଠ ବ୍ୟକ୍ତି ବିଶେଷ ଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା lପୂର୍ବରୁ ଅନୁଷ୍ଠିତ ବିଭିର୍ଣ୍ଣ ଖେଳାକୁଦ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l ପରେ ଛାତ୍ରୀ ଛାତ୍ର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ସମସ୍ତ ଛାତ୍ର ଛାତ୍ରୀ, ଗୁରୁମା, ଗୁରୁଜୀ ପରିଚାଳନା କରିଥିଲେ l ଅଭିଭାବକ ମାନେ ଯୋଗଦେଇଥିଲେ l