କେନ୍ଦ୍ରାପଡ଼ାର ଏକ ଆଦର୍ଶ ଘୋଟଲା ପଞ୍ଚାୟତ ପାଲଟିଛି ଧୂମାତ ପଞ୍ଚାୟତ !ଆଦର୍ଶ ସରପଞ୍ଚଙ୍କ ର ଆଦର୍ଶର କୀର୍ତ୍ତି ଆପଣଙ୍କ ସାମ୍ନାରେ ଆଉଏକ ରୂପରେ ଆବିର୍ଭାବ। ଟିକେ ନିମ୍ନ ଭିଡିଓ କୁ ଭଲ କରି ଅନୁଧ୍ୟାନ କରନ୍ତୁ ।ବାତ୍ୟା ୟାସ ପୁଣି ଏକ ଘୋଟଲା କୁ ଧରା ପକେଇବାରେ ସାହାଯ୍ୟ କରିଛି ଯାହା ଆଦର୍ଶ ପଞ୍ଚାୟତରେ । କୌଣସି ଠିକାଦାର ନଥିଲା ଭଳି ପଡୋଶୀ ଚାରିଙ୍ଗା ପଞ୍ଚାୟତର ଠିକାଦାରଙ୍କୁ କାମଦେଇ କେମିତି ହରିଲୁଟ ହେଉଛି l ସରକାର ଙ୍କ ମୋ ବିକାଶ ରେ ଆସିଥିବା ଧୂମାତ ଶାସନ ସେବାଶ୍ରମ ସ୍କୁଲ ପାଖ ହରିଜନ ସାହିର ଗୋଷ୍ଠୀ କେନ୍ଦ୍ର କୁ ଲକ୍ଷ୍ୟ କରନ୍ତୁ, ନିମ୍ନମାନ ର କାମକରି ଜେ. ଇ. ଶ୍ରୀମତୀ ବନ୍ଦିତା ବେହେରା ଏବଂ ଆଦର୍ଶ ସରପଞ୍ଚ ନରହରି ପାଣି ପୁଣି ଚର୍ଚ୍ଚାରେ ଆସିଛନ୍ତି । ବାତ୍ୟାରେ କିଛି ଲୋକେ ଆଶ୍ରୟ ନେବାକୁ ଯାଇଥିଲେ କିନ୍ତୁ ସେଠାରେ ନାହିଁ ନଥିବା ସମସ୍ୟାରେ ସମ୍ମୁଖୀନ ହୋଇଛନ୍ତି , ହାଲିରେ ହୋଇଥିବା ଗୋଷ୍ଠୀକେନ୍ଦ୍ର କୁ ଦୁଇ ତିନି ମାସ ନପୁରୁଣୁ ଛାତରୁ ପଡୁଛି ପାଣି ଏତେ ଉଚ୍ଚ କୋଟିର କାମ କେବଳ ଆଦର୍ଶ ସରପଞ୍ଚ ହିଁ କରିପାରିବେ l ଜେଇ ଶ୍ରୀମତୀ ବନ୍ଦିତା ବେହେରା ଓ ଆଦର୍ଶ ସରପଞ୍ଚ ନରହରି ପାଣି ଙ୍କ ମିଳିଭଗତରେ ଚାଲିଛି ଦୁର୍ନୀତିର ଖେଳ କେତେବେଳେ ବିନା ପାଣି ଶୁଖି ପୋଖରୀ ଖୋଳା ହୋଇ ଯାଉଛି କେଉଁଠି ଗୋଟେ ରାସ୍ତା କୁ ନା ବଦଳେଇ ଦୁଇ ଥର ବିଲ ପାସ କରାଯାଉଛି l ବିନା ଇନ୍ସତ୍ରୁମେଣ୍ଟ ରେ ରାତାରାତି ଢ଼ଳେଇ ହୋଇଯାଉଛି କିନ୍ତୁ ଗୋଟେ ଖେଳ ପଡିଆ ନାହିଁ ତାହା ସରପଞ୍ଚ ମହୋଦୟ ଙ୍କୁ ଦୃଷ୍ଟିଗୋଚର ହେଉନି l ଜୀବନ କାଳରେ ଆଉକେତେ ଥର ମୁଖିୟା ହେଲେ ଧୂମାତ ପଞ୍ଚାୟତ ର ଉନ୍ନତି ମୂଳକ କାମ ହେବ l ଉନ୍ନତିମୂଳକ କାମ ନା ରେ ଖାଲି ନକଲି ବିଲ କରି ପୁରା ସରକାରଙ୍କୁ ଲୁଟିବାରେ ବ୍ୟସ୍ତ ଦୁଇ ଅଧିକାରୀ l ଏଠି କାହାର ବିକାଶ ହେଉଛି ଆମ ବିକାଶ ନା ସରପଞ୍ଚ ଙ୍କ ବିକାଶ, ଗୋଟେ ବିକାଶ ରୁ ତ ପାଣି ଝରୁଛି ଦେଖନ୍ତୁ ଏହିତ ବିକାଶ ମୂଳକ କାମ ଯାଗା ଯୁବପିଢ଼ି ନଚେତ ଏମିତି ଯିଏ ଆସିବ ସେ ଏମିତି ଆଖିରେ ଆଙ୍ଗୁଠି ଖେଞ୍ଚି ଲୁଟିବ।