କୋରେଇ; ସରପଂଚଙ୍କ ନିଦେ୍ର୍ଦଶରେ ରକ୍ତମୁଖା ହେଲେ ୱାର୍ଡ ମେମ୍ବର । କାହିଁ ଫ୍ରସାରଣ କଲୁ କହି ମରଣାନ୍ତକ ଆକ୍ରମଣ କଲେ । ରାସ୍ତା ନିମ୍ନମାନର କରି ସରପଂଚଙ୍କ ଠାରୁ ୱାର୍ଡ ମେମ୍ବର ଭାଗ ବାଂଟି ଖାଉଥିଲେ । ମାତ୍ର ଏ ଲୁଟପାଟର ଖବର ସାମ୍ବାଦିକଙ୍କ କ୍ୟାମେରା ସାମ୍ନାକୁ ଆସିଥିଲା । ଯାହାକୁ ସାମ୍ବାଦିକ ଜଣକ ଗଣମାଧ୍ୟମରେ ବାରମ୍ବାର ପ୍ରସାରଣ କରିଥିଲେ । ଯାହାକୁ ନେଇ ରକ୍ତମୁଖା ହୋଇ ଉଠିଥିଲେ ସରପଂଚଙ୍କ ଲୁଟେରା ଟିମ । ଆଉ ସରପଂଚଙ୍କ ସାମ୍ନାରେ ସାମ୍ବାଦିକଙ୍କ ମାଡ ମାରି ଲହୁଲୁହାଣ କଲେ ୱାର୍ଡମେମ୍ବରଙ୍କ ପରିବାର ଲୋକେ । ତେବେ ଏ ଘଟଣା ହେଉଛି ଯାଜପୁର ଜିଲ୍ଲା କୋରେଇ ବ୍ଲକ ହଳଦିଗଡା ଗ୍ରାମର ।
ଯାଜପୁର ଜିଲ୍ଲାର କୋରେଇ ବ୍ଲକ ହଳଦିଗଡ଼ିଆ ଗ୍ରାମର ଯୁବ ନେତା ଓ ସଂସ୍କାର ନିୟୁଜ ୨୪ ୱବ୍ ଚାନେଲ ସଂପାଦକ ତପନ ମିଶ୍ରଙ୍କୁ ମରାନ୍ତଙ୍କ ଆକ୍ରମଣ ଅଭିଯୋଗ । ସୂଚନା ଥାଉ କି ଏକ ନମ୍ୱର ୱାର୍ଡ ର ରାସ୍ତା ଅତି ନିମ୍ନମାନର ଓ ବହୁ ଦୁର୍ନୀତି କୁ ନେଇ କୁ ନେଇ ବାରମ୍ବାର ସାମାଜିକ ଗଣମାଧ୍ୟମ ରେ ପ୍ରକାଶିତ କରିଆସୁଥିଲେ । ଗତ ୪ ତାରିଖ ଦିନ ସେଇ କଥା ଏକ ନମ୍ବର ୱାର୍ଡ ର ୱାର୍ଡ ମେମ୍ବର ଗୁନ ଜେନାଙ୍କୁ ପଚାରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଗୁନ ଜେନାଙ୍କ ପରିବାର ଲୋକେ ତପନ ମିଶ୍ର ଙ୍କୁ ନିଜ ବାଡ଼ି ଭିତରକୁ ଟାଣି ନେଇ ଦଳିତ ଜାତିଆଣ ମିଛ କେସ କରିବେ ବୋଲି ଧମକ ଦେଇଥିଲେ। ଘର ବାହାରେ ପଡିଥିବା କିଛି କୁଟା କୁ ତପନ ମିଶ୍ର ଭୀଷଣ ଅନ୍ଧାର ଯୋଗୁ ନିଆଁ ଲଗାଇ ଦୁର୍ବୃତ୍ତ ଜାଣିବା ସମୟରେ ହଳଦି ଗଡ଼ିଆ ପଂଚାୟତ ର ସରପଞ୍ଚ ଅନୀଲ ମହାପାତ୍ର ଓ ହଳଦି ଗଡ଼ିଆ ସୋସାଇଟି ସଭାପତି ମଦନ ମହାପାତ୍ର ଯିଏ କି ସରପଞ୍ଚ ଙ୍କ ଭାଇ ସେଠି ପହଁଛି ତପନ ମିଶ୍ର ଙ୍କୁ ଜୀବନରୁ ମାଡ଼ ମାରି ମାରିଦେବାକୁ କହିଥିଲେ ଓ ଅତି କୁ ଭାଷା ପ୍ରୟୋଗ କରି ଜାତିଆଣ କେସ ଲଗେଇ ଜେଲ କୁ ପଠେଇବାକୁ ମଧ୍ୟ ଧମକ ଦେବା ଓ ନିଜେ ଉପସ୍ଥିତ ରହିବା ସହ ୱାର୍ଡ ମେମ୍ବର ଙ୍କ ପରିବାର ଲୋକେ ଅତି ନୁର୍ଶଂସ ଭାବେ ଲୁହା ପାଇପ ଓ ଠେଙ୍ଗା ରେ ମାଡ଼ ମାରିଥିଲେ ଯାହାଫଳରେ ତପନ ମିଶ୍ର ଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କ ପରିବାର ଲୋକେ ଉଦ୍ଧାର କରି ଘରକୁ ନେଇଥିଲେ ପରେ କୋରେଇ ପୋଲିସ ସହାୟତା ରେ କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ସେଠି ଏକ୍ସ ରେ କରିବା ପରେ ଜାଣିବାକୁ ପାଇଥିଲେ ଯେ ଗୋଡ଼ ଭାଙ୍ଗିଯିବା ସହ ବିଭିନ୍ନ ଜାଗାରେ ମାଡ଼ ବସି ଗୁରୁତର ଅଛନ୍ତି ,ଡାକ୍ତର ତୁରନ୍ତ କଟକ ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତରିତ କରିବା ସହ କଟକ ଡାକ୍ତର ଙ୍କ କହିବା ଅନୁଯାୟୀ ଡାଣ ପଟ ଗୋଡ଼ ଭାଙ୍ଗିଯାଇଛି ଯାହାଫଳରେ ଠିକ ହେବା ବର୍ତ୍ତମାନ ସମ୍ଭବ ପର ନୁହେଁ ହୁଏତ ଅପରେସନ ହୋଇ ରଡ଼ ବୋଲଡ଼ ଲାଗିବ ନଚେତ ଗୋଡ଼ କଟାଯିବାର ସମ୍ଭାବନା ରହିଛି କେବଳ ପ୍ରଭୁଙ୍କ ଇଚ୍ଛା ତପନ ମିଶ୍ର ଏବେ ଗୁରୁତର ଭାବେ କଟକ ବଡ଼ ମେଡ଼ିକାଲ ରେ ଚିକିତ୍ସା ହେଉଛନ୍ତି ,ଏପଟେ ପରିବାର ଲୋକେ ନ୍ୟାୟ ପାଇଁ ପ୍ରଶାସନ ନିକଟରେ ଦାବି କରିବା ସହ କୋରେଇ ଥାନା ଲିଖିତ ଅଭିଯୋଗ କରିଛନ୍ତି ।
ବଡଚଣା ରୁ ବେଦପ୍ରକାଶ ନାୟକ ଙ୍କ ରିପୋର୍ଟ ଘଘଗ୍ଦ ଓଡ଼ିଆ