ବ୍ୟୁରୋ: ଆଗକୁ ରହିଛି ସାଧାରଣ ନିର୍ବାଚନ । ନିର୍ବାଚନ କୁ ନେଇ ଚଳଚଞ୍ଚଳ ସବୁ ରାଜନୈତିକ ଦଳ । ଏବେ ଠାରୁ ହିଁ ପ୍ରଚାର ପ୍ରସାର ରେ କର୍ମୀ ଓ ପ୍ରାର୍ଥୀ । ହେଲେ ଏସବୁ ଭିତରେ ନିର୍ବାଚନ ପାଇଁ ଜାରି ହୋଇଥିବା ଆଦର୍ଶ ଆଚରଣ ବିଧିକୁ ଉଲ୍ଲଂଘନ ଅଭିଯୋଗ ଆସିଛି ଜଣେ ଶିକ୍ଷୟିତ୍ରୀ ଙ୍କ ଉପରେ । ଯେଉଁଥିରେ ବାଜିଛି ଶିକ୍ଷୟତ୍ରୀ ଉପରେ ନିର୍ବାଚନୀ ଛାଟ । ପ୍ୱର୍ବରୁ ନିର୍ବାଚନ କମିଶନ ନିୟମ କରିଥିଲେ ଯେ ସରକାରୀ କର୍ମଚାରୀ କୌଣସି ରାଜନୈତିକ କାର୍ଯ୍ୟକ୍ରମ ରେ ଯୋଗ ଦେଇପାରିବେ ନାହିଁ । ତେବେ ଦହ୍ୟା ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷୟିତ୍ରୀ ସଂଘମିତ୍ରା ମଲ୍ଲିକ ନିୟମ କୁ ଉଲ୍ଲଂଘନ କରିଥିବା ନେଇ ତାକୁ ନେଇ ଏବେ ନିଲମ୍ବିତ କରାଯାଇଛି । ବୌଦ୍ଧ ନିର୍ବାଚନ ରାଲି ରେ ଶିକ୍ଷୟତ୍ରୀ ଜଣକ ଏକ ରାଜନୈତିକ ଦଳ ପାଇଁ ପ୍ରଚାର ପ୍ରସାର କରିବା ସହ ଶୋଭାଯାତ୍ରା ରେ ବି ସାମିଲ ହୋଇଥିବା ଅଭିଯୋଗ ରେ ବୌଦ୍ଧ ଜିଲ୍ଲାପାଳ ଓ ଜିଲ୍ଲା ନିର୍ବାଚନ ଅଧିକାରୀ ତଦନ୍ତ ପରେ ଶିକ୍ଷୟତ୍ରୀ ଙ୍କୁ ନିଲମ୍ବିତ କରିଛନ୍ତି ।