ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନାକୁ ବିରୋଧ। ଯୋଜନ କୁ ବିରୋଧ କରିଛନ୍ତି ରାଜ୍ୟ ଘରୋଇ ବସ ସଙ୍ଘ । ଲାଷ୍ମୀବସକୁ ସରକାର ଏବେ ପଞ୍ଚାୟତରୁ ବ୍ଲକ୍, ପ୍ରତି ବ୍ଲକରୁ ଜିଲ୍ଲା, ଜିଲ୍ଲାକୁ ଏହି ଯୋଜନାରେ ବସ୍ ଚଲାଇବାକୁ ସରକାର ନିଷ୍ପତ୍ତି ନେଇ ଥିବା ବେଳେ ଏହି ଯୋଜନାକୁ ବିରୋଧ କରିଛି ରାଜ୍ୟ ଘରୋଇ ବସ ମାଲିକ ସଙ୍ଘ । ଆସନ୍ତା ୨୭ ତାରିଖ ସୁଦ୍ଧା ଆଲୋଚନା ନ କଲେ ବାଧ୍ୟ ହୋଇ ଘରୋଇ ବସ୍ ମାଲିକମାନେ ବସ ଚଳାଚଳ ବନ୍ଦ କରାଯିବ ବୋଲି ଚେତାବନୀ ଦେଇଛି ରାଜ୍ୟ ଘରୋଇ ବସ ମାଲିକ ସଙ୍ଘ । ଲକ୍ଷ୍ମୀ ଯୋଜନାକୁ ନେଇ ଘରୋଇ ବସ୍ ମାଲିକମାନଙ୍କ ସହିତ କୌଣସି ଆଲୋଚନା ବା ନିଷ୍କର୍ସ ବାହାର ନ କରି ଏହି ଯୋଜନାକୁ କାର୍ଯ୍ୟ କାରୀ କରାଯାଉ ଥିବା ଅଭିଯୋଗ କରିଛି ସଙ୍ଘ ।
ଲକ୍ଷ୍ମୀ ବସ୍ ଯୋଜନାରେ ରାଜ୍ୟରେ ପ୍ରାୟ ଏକ ହଜାର ବସ ଚଳାଚଳ କରିବାକୁ ଥିବା ବେଳେ ଘରୋଇ ବସ୍ ଉପରେ ନିର୍ଭର କରିଥିବା ଲକ୍ଷାଧିକ କର୍ମଚାରୀ ନିଜର ଜୀବିକା ହରାଇବେ ବୋଲି ବସ୍ ମାଲିକ ସଂଘର ସଂପାଦକ ଦେବେନ୍ଦ୍ର ସାହୁ କହିଛନ୍ତି। ସରକାର ବସ୍ ମାଲିକଙ୍କ ସହିତ ଆଲୋଚନା କରି ଘରୋଇ ବସ୍ ଓ ଲକ୍ଷ୍ମୀ ଯୋଜନାରେ ଚାଲିବାକୁ ଥିବା ବସ୍ର ରୁଟ୍ ଓ ଟାଇମିଂକୁ ନେଇ ଆସନ୍ତା ୨୭ ତାରିଖ ସୁଦ୍ଧା ଆଲୋଚନା ନ କଲେ ବାଧ୍ୟ ହୋଇ ଘରୋଇ ବସ୍ ମାଲିକମାନେ ବସ ଚଳାଇବେ ନାହିଁ ବୋଲି ସଂଘ ପକ୍ଷରୁ ରାଜ୍ୟ ପରିବହନ ଆୟୁକ୍ତଙ୍କୁ ଚିଠି କରି ଜଣାଇ ଦିଆଯାଇଛି।