ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ‘ୟସ୍’ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ। ଆଜି ଆଇଏମ୍ଡି ପକ୍ଷରୁ ଏହି ଆକଳନ କରାଯାଇଛି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ଅବପାତରେ ପରିଣତ ହୋଇଛି। ଆସନ୍ତାକାଲି ସକାଳ ସୁଦ୍ଧା ବାତ୍ୟାରେ ପରିଣତ ହୋଇପାରେ। ଆଉ ୨୬ ସନ୍ଧ୍ୟାରେ ଅତି ପ୍ରବଳ ବାତ୍ୟାର ଆକାର ଧାରଣ କରି ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଉପକୂଳ ଅତିକ୍ରମ କରିପାରେ। ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୫୫ରୁ ୧୬୫ କିମି ରହିବ। ବେଳେ ବେଳେ ଝଟକା ପବନର ବେଗ ୧୮୫ କିମି ଛୁଇଁବ। ୨୪ ତାରିଖ ସନ୍ଧ୍ୟାରୁ ୪୦ରୁ ୫୦ କିମି ବେଗରେ ପବନ ବହିବ। ୨୫ରୁ ପବନର ବେଗ ବଢ଼ିବ। ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିବ। କେତେକ ସ୍ଥାନରେ ୨୦ ସେମି ପର୍ଯ୍ୟାନ୍ତ ବର୍ଷା ହୋଇପାରେ। ପବନର ବେଗ ଯାହା ଏଥିରେ ବଡ଼ ବଡ଼ ଗଛ ଉପୁଡ଼ିପାରେ। ଆଜବେଷ୍ଟସ, କଚା ଓ ଟିଣ ଘର ଭାଙ୍ଗିବାର ସମ୍ଭାବନା ରହିଛି। ପବନରେ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ିବା ସହ କ୍ଷତି ଘଟାଇବ। ତେବେ ସମୁଦ୍ରରେ ଦେଖାଦେଇଥିବା ଲଘୁଚାପ କ୍ଷେତ୍ର କେଉଁ ସ୍ଥିତିରେ ଥିଲେ କେତେ ମାତ୍ରାରେ ପବନ ବହେ ଜାଣନ୍ତୁ । ଭାରତୀୟ ପାଣିପାଗ ବିଭାଗ କହିବା ଅନୁସାରେ, ଲଘୁଚାପ- ଅବପାତରେ ପରିଣତ ହେଲେ ପବନର ବେଗ ଘଂଟା ପ୍ରତି ୩୦ରୁ ୫୦ କିଲୋମିଟର ରହିଥାଏ ସେହିଭଳି ଗଭୀର ଅବପାତରେ ପବନର ବେଗ ଘଂଟା ପ୍ରତି୫୦ରୁ ୫୦ କିଲୋମିଟର ରହିଥାଏ । ଅବପାତ ଯେତେବେଳେ ବାତ୍ୟାରେ ପରିଣତ ହୁଏ, ସେତେବେଳେ ପବନର ବେଗ ବଢି ଘଂଟା ପ୍ରତି ୬୦ରୁ ୮୦ କିଲୋମିଟର ହୁଏ ।