ବଲିଉଡ୍ର ପ୍ରସିଦ୍ଧ କଣ୍ଠଶିଳ୍ପୀ ଉଦିତ ନାରାୟଣ ପ୍ରଥମ ଥର ପାଇଁ ସମ୍ବଲପୁରୀ ଗୀତ ଗାଇଛନ୍ତି। ଗୀତଟି ବରଗଡ଼ ଷ୍ଟୁଡିଓ ମେଲୋଡିରେ ପ୍ରସ୍ତୁତ କରାଯାଇଛି। ଗୀତକୁ ପ୍ରଥମେ ଉଦିତଙ୍କ ପାଖକୁ ମୁମ୍ବାଇ ପଠାଯାଇଥିଲା। ସେ ସମ୍ବଲପୁରୀରେ ଏହି ଗୀତ ବୋଲିବା ପରେ ତାକୁ ପୁଣି ଏଠାରେ ବାଦ୍ୟରେ ସଜା ଯାଇଚି। ଏହି ଗୀତର ନିର୍ଦ୍ଦେଶନା ଦେଇଛନ୍ତି ବୃନ୍ଦାବନ ମେହେର। ୧୪ ତାରିଖ ଆର୍କେ ମିଡିଆ ୟୁଟ୍ୟୁବ୍ରେ ଏହି ଗୀତ ମୁକ୍ତିଲାଭ ହେବ ବୋଲି ଜଣାପଡ଼ିଛି।