ଚାକିରୀ ଦେବାକୁ କହି ଠକିଦେଲା ଦାଦା । ଓଡିଶା ବାହାରେ ନେଇ, କରିଲା ବିକ୍ରି । ସମ୍ପର୍କରେ କଳଙ୍କ ଲଗାଇଛି ଦାଦା । ଦୁଇ ଝିଆରିଙ୍କୁ ଦୁଇ ଲକ୍ଷ 20 ହଜାରରେ କରିଛି ବିକ୍ରି । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେବି କିନ୍ତୁ ସତ । ହଁ ଆଜ୍ଞା, ଆପଣ ଫିଲ୍ମରେ ଦେଖିଥିବେ, ଚଳଚିତ୍ରରେ ଖଳନାୟକ ଭୁମିକା ଲିଭାଉଥିବା ଚରିତ୍ରଟି ଯେଉଁଭଳି ବିଦେଶରେ ଝିଅ ଚାଲଣ କରିଥାଏ, ଠିକ୍ ସେହିଭଳି ଏହି ଦୁଇ ଭଉଣିଙ୍କ ଜୀବନରେ ସତସତିକା ଖଳନାୟକ ସାଜିଛି ଖୋଦ ସମ୍ପର୍କୀୟ ଦାଦା, ଆଉ ଖୁଡି । ଚାକିରୀର ପ୍ରଲୋଭନ ଦେଖାଇ ଦୁଇ ଭଉଣୀଙ୍କୁ ଖୁଡି ଓ ଦାଦା ଦଲାଲ ସହ ମିଶି ୨.୨୦ ଲକ୍ଷ ଟଙ୍କାରେ ବିକ୍ରି କରିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅଞ୍ଚଳରେ ।ତେବେ ସଂମ୍ପର୍କୀୟ ଖୁଡି ଦେବଜାନୀ ନାୟକ ଓ ସ୍ବାମୀ ବାପି ଦୁହେଁ ଦାଲାଲ ସହ ମିଶି ଏହିଭଳି ଘଟାଇଛନ୍ତି । ଦୁଇଝିଅକୁ ରାଉରକେଲାରେ ଚାକିରି କରାଇ ଦେବାକଥା କହି ଗତ ଡିସେମ୍ବର ୬ ତାରିଖ ଦିନ ଏକ ଘରୋଇ ବସ ଯୋଗେ ରାଉଲକେଲାକୁନେଇ ଯାଇଥିଲେ। ପରେ ରାଜସ୍ଥାନରେ ଟ୍ରେନିଂ ଦିଆଯିବ କହି ରାଉରକେଲା ରୁ ଟ୍ରେନ ଯୋଗେ ରାଜସ୍ଥାନକୁ ବାପି ୩ ଜଣକୁ ନେଇ ଏକ ଲଜରେ ରଖିଥିଲା। ପରେ ଝିଅମାନଙ୍କ କହିବା ମୁତାବକ ସେଠାରେ ସେମାନଙ୍କୁ ବିକ୍ରୀ କରିଦେଇ ପଳାଇ ଆସି ଏବେ ଫେରାର ରହିଥିବା ଜଣାପଡିଛି। ତେବେ କୌଣସି ଉପାୟରେ ଝିଅ ବାପାଙ୍କୁ ଫୋନ ଯୋଗେ ଜଣାଇଥିଲେ । ପରେ ବାପା ବିଶୋଇ ଥାନାରେ ପହଁଞ୍ଚି ଅଭିଯୋଗ କରିବା ପରେ ଥାନା ଅଧିକାରିଣୀ ଏକ ମାମଲା ରୁଜୁ କରି ଫୋନ ନମ୍ୱରକୁ ଟ୍ରାକିଙ୍ଗ୍ କରିଥିଲେ ।