ପାରାଦୀପ ,(ଏନଏନଏସ ଓଡ଼ିଆ /୦୯.୦୩): ସମୁଦ୍ର ମଝିରୁ ଗୁପ୍ତଚର ପାରା ଉଦ୍ଧାର ହୋଇଛି। ପାରା ଦେହରେ କ୍ୟାମେରା ଓ ଚିପ୍ ଲାଗିଛି। ପାରା ଡେଣାରେ ଏକ ଅଜଣା ବିଦେଶୀ ଭାଷାରେ କିଛି ଲେଖା ହୋଇଥିବାରୁ ଆହୁରି ସନ୍ଦେହ ଘନୀଭୂତ ହୋଇଛି। କୋଣାର୍କ ନିକଟ ଗଭୀର ସମୁଦ୍ରରେ ସାରଥୀ ନାମକ ଏକ ଟ୍ରଲର ମାଛ ଧରୁଥିବା ସମୟରେ ମତ୍ସ୍ୟଜୀବୀମାନେ ଏହି ପାରାକୁ ଉଦ୍ଧାର କରିଛନ୍ତି। ମେରାଇନ୍ ଥାନା ପୁଲିସ ଟ୍ରଲରରୁ ପାରାକୁ ନିଜ ଅଧୀନକୁ ଆଣିବା ପରେ ତଦନ୍ତ ଆରମ୍ଭ କରିଛି।