ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶ୍ରୀ ଶ୍ରୀ ଅଗ୍ନିଗଙ୍ଗାମାଁ ଠାକୁରାଣୀ ଘଣ୍ଟ ଯାତ୍ରାରେ ସମୁଦାୟ ୨୨ ଲକ୍ଷ ୬୨ ହଜାର ୮ ଶହ ୬୯ ଟଙ୍କା ବାହାରି ଥିବା ବେଳେ ୩ ଗ୍ରାମ ଅଧେ ସୁନା ଓ ୧ କେ ୬୬ ଗ୍ରାମ ରୂପା ବାହାରି ଥିବା ସୂଚନା ମିଳିଛି। କୋରାପୁଟ ଜିଲ୍ଲା ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ନିଲାବାଡ଼ି ଗ୍ରାମର ଶ୍ରୀ ଶ୍ରୀ ଅଗ୍ନିଗଙ୍ଗାମାଁ ଠାକୁରାଣୀ ଘଣ୍ଟ ଯାତ୍ରା ନିକଟରେ ସମାପ୍ତ ହୋଇଯାଇଥିବା ବେଳେ ଉକ୍ତ ଯାତ୍ରାରେ ଲକ୍ଷାଧିକ ଭକ୍ତ ଶ୍ରଦ୍ଧାଳୁଙ୍କ ସମାଗମ ହୋଇ ଶ୍ରୀ ଅଗ୍ନିଗଙ୍ଗାମାଁ ଠାକୁରାଣୀଙ୍କୁ ଦର୍ଶନ କରିଥିଲେ ଉକ୍ତ ଯାତ୍ରା ସମୟରେ କମିଟି ଦ୍ଵାରା ଯାତ୍ରା ନିୟନ୍ତ୍ରଣ କରିବା ପାଇଁ ଟିକଟ୍ ଓ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଥିଲା । ସେଥିମଧ୍ୟରୁ ଟିକେଟ୍ ବାବଦରେ ୭ ଲକ୍ଷ ୫୭ ହଜାର ୫ ଶହ ୬୬ ଟଙ୍କା, ହୁଣ୍ଡି ରୁ ୭ ଲକ୍ଷ ୬୮ ହଜାର ୯ ଶହ ୮୧ ଟଙ୍କା, ପ୍ରସାଦ, ଗାଡ଼ି ଷ୍ଟାଣ୍ଡ ଓ ଲଣ୍ଡା ଟେଣ୍ଡର ବାବଦରେ ୩ ଲକ୍ଷ ୯୪ ହଜାର ୨ ଶହ ଟଙ୍କା , ଦୋକାନରୁ ଆଦାୟ ୩ ଲକ୍ଷ ୨୧ ହଜାର ୫ ଶହ ୮୬ ଏବଂ ଦାନ ବାବଦରେ ୨୦ ହଜାର ୫ ଶହ ୩୬ ଟଙ୍କା ଆଦାୟ ହୋଇଥିବା ବେଳେ ୩ ଗ୍ରାମ ଅଧେ ସୁନା ଓ ୧ କେଜି ୬୬ ଗ୍ରାମ ରୂପା ଏପରିକି ସମୂଦାୟ ୨୨ ଲକ୍ଷ ୬୨ ହଜାର ୮ ଶହ ୬୯ ଆଦାୟ ହୋଇଥିବା କମିଟି ସଦସ୍ୟ ସୁଭାଷ ପଣ୍ଡିତ ପ୍ରକାଶ କରିଛନ୍ତି। ଉକ୍ତ ଟଙ୍କା ବ୍ୟାଙ୍କରେ ଜମା କରିବା ସହ ମନ୍ଦିର ଉନ୍ନତି କାର୍ଯ୍ୟରେ ଲଗାଯିବା ବୋଲି ମନ୍ଦିର ସଦସ୍ୟ ସୁବାଷ ପଣ୍ଡିତ ପ୍ରକାଶ କରିଛନ୍ତି।