ସମାଜସେବୀ ଆଦିତ୍ୟଦାସ ମୃତୁୃ୍ୟ ମାମଲାକୁ ନେଇ ହାଇକୋର୍ଟରେ ଶୁଣାଣି । ମାମଲାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଉପରେ ବିରକ୍ତି ପ୍ରକାଶ କରିଛନ୍ତି ଅଦାଲତ । ପୂର୍ବରୁ ଦିଆଯାଇଥିବା ନିର୍ଦେଶ ମୁତାବକ ରିପୋର୍ଟ ଦେଇନପାରିବାରୁ ବିରକ୍ତ ପ୍ରକାଶ କରିଛନ୍ତି ହାଇକୋର୍ଟ । ଆଦିତ୍ୟଦାସଙ୍କ ମୃତ୍ୟୁ ଘଟଣାରେ ପୋଷ୍ଟମର୍ଟମ ରିପୋର୍ଟର ଅବିକଳ ମକଲି ମାଗିଥିଲେ । ୩ଜଣଙ୍କର ସାକ୍ଷୀ ବୟାନ ରେକର୍ଡର କପି ମାଗିଥିଲେ ହାଇକୋର୍ଟ । ହେଲେ ଆଜି କ୍ରାଇମବ୍ରାଞ୍ଚ ରିପୋର୍ଟ ଦେଇନପାରିବାରୁ ବିରକ୍ତି ହୋଇଛନ୍ତି ହାଇକୋର୍ଟ । ଆସନ୍ତା ୨୫ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୫ରେ ପରବର୍ତ୍ତୀ ଶୁଣାଣି ରହିଛି । ଅନ୍ୟପଟେ ଆଦିତ୍ୟ ଦାସଙ୍କ ରହସ୍ୟଜନକ ମୃତ୍ୟୁର ପରଦା ହଟୁନଥିବାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମଧ୍ୟ ଆଉ ଏକ ମାମଲା ମଧ୍ୟ ହୋଇଛି ।