ସୋରଡ଼ା ଅଂଚଳ ରେ ମହା ଶିବରାତ୍ରି ପାଇଁ ବୁଧବାର ସକାଳୁ ସମସ୍ତ ଶୈବ ପୀଠ ଚଳ ଚଞ୍ଚଳ ରହିଛି I ପ୍ରସିଦ୍ଧ ପଞ୍ଚାନନ ମନ୍ଦିର ରେ ଭୋର ରୁ ଭକ୍ତ ଙ୍କ ଭିଡ ରହିଥିବା ବେଳେ ଜାଗର ପାଇଁ ସବୁ ପ୍ରସ୍ତୁତି ହୋଇଛି I ଜଙ୍ଗଲ ଘେରା ରାମନାମ ବାଡ଼ି ମନ୍ଦିର ରେ ଅପରାହ୍ନ ରୁ ଭିଡ଼ ସହ ନାମ ଯଜ୍ଞ, ଘୃତ ଯଜ୍ଞ, ଦୀପଯଂଜ୍ଞ ଚାଲିଛି I ସ୍ଥାନୀୟ ବାଲୁଙ୍କେଶ୍ୱର ମନ୍ଦିର ରେ କଳସ ଯାତ୍ରା ମର୍ଣ୍ଣିଙ୍ଗ ଟିମ ତରଫରୁ ନାମଯଂଜ୍ଞ, ଦୀପଯଂଜ୍ଞ ଚାଲିଥିବା ବେଳେପ୍ରସିଦ୍ଧ ବୈଦିକ ପୁରୋହିତ ମାନେ ପହଂଚି ବେଦ ପାଠ, ମହା ମୃତୁଞ୍ଜୟ ମନ୍ତ୍ର ପାଠ କରିବା ସହ ସାମୁହିକ ଶାନ୍ତି, ସୁସ୍ଥତା ପାଇଁ ପ୍ରାର୍ଥନା କରୁଛନ୍ତି Iନଗରପାଳ ଶିବ ଶଙ୍କର ପଣ୍ଡା ସମେତ ମଣ୍ଟୁ ପଟନାୟକ ଓ ବହୁ ସଦସ୍ୟ ପରିଚାଳନା କରୁଛନ୍ତି I ଚନ୍ଦ୍ର କଳ୍ପେଶ୍ୱର ରେ ଦିଲୀପ ପଣ୍ଡା ଙ୍କ ସମେତ ବହୁ ଭକ୍ତ ପରିଚାଳନା କରୁଛନ୍ତି I ସେହିପରି ସୁରମଣୀ, ସିଧପୁର, ଏକଳପୁର, ଖଜୁରୀ ପଲି, ଖିଲା ବାଡ଼ି ରେ ମଧ୍ୟ ମନ୍ଦିର ଭିଡ଼ ରହିଛି I