ସମଲିଙ୍ଗୀ ବିବାହକୁ ମିଳିନାହିଁ ସୁପ୍ରିମକୋର୍ଟଙ୍କ ସ୍ୱୀକୃତି । ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି । ବିବାହକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ୫ଜଣିଆ ଖଣ୍ଡପୀଠ । ସୁପ୍ରିମକୋର୍ଟ କହିଛି ବିବାହ ଏକ ମୌଳିକ ଅଧିକାର ନୁହେଁ । ତେବେ କେନ୍ଦ୍ର ସରକାର ସମଲିଙ୍ଗୀ ବିବାହକୁ ସମର୍ଥନ କରୁ ନାହାଁନ୍ତି । ସଂସଦରେ ଆଇନ ନଆସିବା ଯାଏ ମିଳିବ ନାହିଁ ସ୍ୱୀକୃତି । ସମଲିଙ୍ଗୀ ବିବାହକୁ ଆଇନ ସ୍ୱୀକୃତି ମିଳୁ ବୋଲି ଦେଶର ବିଭିନ୍ନ ହାଇକୋର୍ଟରେ ଆବେଦନ ହୋଇଥିଲା । ଗତବର୍ଷ ଡିସେମ୍ବର ମାସରେ ସବୁ ମାମଲା ସୁପ୍ରିମକୋର୍ଟକୁ ଫରୱାର୍ଡ କରାଯାଇଥିଲା । ପରେ ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ମାଗିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ଗତ ମେ ୧୧ ତାରିଖରେ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ ।