ନୂଆପଡ଼ା -୨୭/୦୭/୨୪- ନୂଆପଡ଼ା ଜିଲ୍ଲା ବୋଡ଼େନ ଓ ସିନାପାଲି ବ୍ଲକ ଠାରେ ସବ ରେଜିଷ୍ଟ୍ରାର ଅଫିସ ସ୍ଥାପନ ପାଇଁ ବିଧାନସଭାରେ ଦାବି ଜଣାଇଲେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ। ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିନାପାଲି ଓ ବୋଡ଼େନ ଠାରେ ତହସିଲ ଅଫିସ ଥିଲେ ମଧ୍ୟ ଜମି ରେଜିଷ୍ଟ୍ରେସନ ହୋଇ ପାରୁନି। ସେଠାକାର ଲୋକେ ୫୦ ରୁ ୬୦ କିଲୋମିଟର ଦୂର ଖଡ଼ିଆଳକୁ ଆସି ଜମି ରେଜିଷ୍ଟ୍ରେସନ୍ କରୁଛନ୍ତି। ଯାହାଦ୍ଵାରା ସ୍କଟ ବୁକିଂ ରେ ଅସୁବିଧା ଓ ଅନିୟମିତତା ହେଉଛି। ଏହାର ସମାଧାନ ପାଇଁ ଏହି ଦୁଇ ଜାଗାରେ ସବ ରେଜିଷ୍ଟ୍ରାର ଅଫିସ ସ୍ଥାପନ ନିହାତି ଆବଶ୍ୟକ ଓ ସରକାର ଏ ଦିଗରେ ଦୃଷ୍ଟି ଦେବାକୁ ସେ ବିଧାନ ସଭାରେ ଦାବି କରିଛନ୍ତି। ବିଧାନ ସଭାରେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ଏଭଳି ଉପସ୍ଥାପନା କୁ ନେଇ ଅଞ୍ଚଳ ବାସି ବିଧାୟକଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି ।