ନବରଙ୍ଗପୁର ଜିଲ୍ଲାରେ ବର୍ତ୍ତମାନ ଧାନ ମଣ୍ଡି ଶୁଭାରମ୍ଭ ହୋଇଥିବା ବେଳେ କେତେକ ମଣ୍ଡିରେ ଧାନ ଉଠି ନ ଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀ କରି ଅନ୍ତର୍ଭୁକ୍ତ ଥିବା ମିଲ ଗୁଡିକୁ ତର୍ଜମା କରିବାକୁ ଦାବି କରିଛି । ଚାଷୀ ଙ୍କ ସମସ୍ୟା ଜିଲ୍ଲାରେ ରହିଥିବା କହିଛନ୍ତି ପୂର୍ବତନ ବିଧାୟକ ଭୁଜବଳ ମାଝୀ । ମଣ୍ଡିରୁ ଧାନ ଉଠି ନ ଥିବାବେଳେ ମିଲରେ ରହିଛି ଧାନ ,ଏହା କିପରି ସମ୍ଭବ ବୋଲି ପ୍ରଶ୍ନ କରିଛି କଂଗ୍ରେସ ।ବିଭାଗୀୟ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ମନ୍ତ୍ରୀ ଏହା ଉପରେ ତର୍ଜମା କରି ଚାଷୀଙ୍କ ସମସ୍ୟା ଦୂର କରିବାକୁ ଦାବି କରିଛନ୍ତି । କଟନୀ ଛଟନି ଚାଷୀଙ୍କୁ କଟାଯାଇଛି କିନ୍ତୁ ପ୍ରଶାସନ ଙ୍କ ହିସାବରେ ହୋଇ ନ ଥିବା ଦର୍ଶା ଯାଇଛି ବୋଲି ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ ।