ଏନ୍ଏନ୍ଏସ ଓଡିଆ, ଇସ୍ରୋ: ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରୁଛି ଚନ୍ଦ୍ରାୟନ-୩ । ଗତକାଲି ଏହି ସ୍ପେସକାଫ୍ଟ୍ ପ୍ରଥମ କକ୍ଷପଥ ହ୍ରାସ କରିବାରେ ସଫଳ ହୋଇଛି । ଏହି ଯାନ ଏବେ ଚନ୍ଦ୍ରପୃଷ୍ଠ ଆଡକୁ ଅଧିକ ନିକଟତର ହୋଇଚି । ଏନେଇ ଇସ୍ରୋ ପକ୍ଷରୁ ଟୁଇଟ୍ କରାଯାଇଛି । ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ଚନ୍ଦ୍ରର ପ୍ରଥମ ଭିଡିଓ ଉତ୍ତୋଳନ କରିବାରେ ସଫଳ ହୋଇଛି ଚନ୍ଦ୍ରାୟନ-୩ । ଚନ୍ଦ୍ରର କକ୍ଷପଥରେ ପରିକ୍ରମା କରୁଥିବା ଚନ୍ଦ୍ରାୟନ-୩ ଚନ୍ଦ୍ରର ବେଶ ନିକଟବର୍ତ୍ତୀ ଭିଡିଓ ଉତ୍ତୋଳନ କରିଛି । ଆଡି ଏହି ୪୫ ସେକେଣ୍ଡ ଅବଧି ବିଶିଷ୍ଟ ଭିଡିଓକୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ରିଲିଜ କରାଯାଇଛି । ଚନ୍ଦ୍ରୟାନର ଲ୍ୟାଣ୍ଡରରେ ଲାଗିଥିବା କ୍ୟାମେରା ଦ୍ୱାରା ଏହି ଭିଡିଓ ଉତ୍ତୋଳନ କରାଯାଇଛି। ଏହି ଭିଡିଓରେ ଚନ୍ଦ୍ରପୃଷ୍ଠର ଗର୍ତ୍ତ ଗୁଡ଼ିକ ଅତି ସ୍ପଷ୍ଟ ଭାବେ ଦେଖି ହେଉଛି । ଏଥିରେ ଚନ୍ଦ୍ରୟାନର କିଛି ଅଂଶ ମଧ୍ୟ ଦୃଶ୍ୟମାନ ହେଉଛି ।ପ୍ରାୟ ୪ ଥର କକ୍ଷପଥ ହ୍ରାସ ବା ଗତିପଥ ସଂକୁଚିତ କରିବା ପରେ ଅଗଷ୍ଟ ୧୮-୧୯ ଆଡକୁ ଚନ୍ଦ୍ରୟାନ-୩ ଚନ୍ଦ୍ରପୃଷ୍ଠରୁ ୧୦୦ କିଲୋମିଟର ଉଚ୍ଚତାରେ ଏକ ବୃତ୍ତାକାର ପଥରେ ଚନ୍ଦ୍ରକୁ ପରିକ୍ରମା କରିବ । ଅଗଷ୍ଟ ୨୩ ଆଡ଼କୁ ଏହା ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଯୋଜନା ରହିଛି । ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର୍ ସଫ୍ଟଲ୍ୟାଣ୍ଡିଂ କରିବ ଏବଂ ସେଥିରୁ ରୋଭର ବାହାରି ଚନ୍ଦ୍ରପୃଷ୍ଠରେ ୧୪ ଦିନ ବିଚରଣ କରିବ ବୋଲି ଯୋଜନା ରଖାଯାଇଛି ।ଗତ ଜୁଲାଇ ୧୪ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଚନ୍ଦ୍ରୟାନ-୩କୁ ଉତକ୍ଷେପଣ କରାଯାଇଥିଲା । ତାପରେ ଏହା ପୃଥିବୀକୁ ଦୀର୍ଘ ୨ ସପ୍ତାହ ଧରି ପରିକ୍ରମା କରିଥିଲା ଏବଂ ଗତ ୧ ତାରିଖରେ ଚନ୍ଦ୍ରୟାନକୁ ଚନ୍ଦ୍ରର କକ୍ଷପଥ ଆଡ଼କୁ ପଠାଇଥିଲା ଇସ୍ରୋ ।ପୃଥିବୀଠୁ ଚନ୍ଦ୍ରର ହାରାହାରି ଦୂରତା ୩.୮ ଲକ୍ଷ କିଲୋମିଟର ହୋଇଥିବା ବେଳେ, ଏହା ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିସାରିଛି । ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ପୃଥିବୀ ତୁଳନାରେ ଅତି ଦୁର୍ବଳ ହୋଇଥିବାରୁ, ଠିକ୍ ସମୟରେ ସ୍ପେଶକ୍ରାଫ୍ଟର ବେଗ ହ୍ରାସ କରିବା ଇସ୍ରୋ ପାଇଁ ବଡ଼ ଚାଲେଞ୍ଜ ଥିଲା ।
ଅଗଷ୍ଟ ୨୩ ଆଡ଼କୁ ଏହା ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଯୋଜନା ରହିଛି । ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର୍ ସଫ୍ଟଲ୍ୟାଣ୍ଡିଂ କରିବ ଏବଂ ସେଥିରୁ ରୋଭର ବାହାରି ଚନ୍ଦ୍ରପୃଷ୍ଠରେ ୧୪ ଦିନ ବିଚରଣ କରିବ ବୋଲି ଯୋଜନା ରଖାଯାଇଛି ।