<h3>କେନ୍ଦୁଝର,୦୭/୦୫/୨୪: କିଛିଦିନ ପୂର୍ବରୁ ବିଜେଡି ଛାଡିଥିବା ସସ୍ମିତା ସିଂ ସ୍ୱାଧୀନ ପ୍ରାର୍ଥୀ ଭାବେ ସଦର ବିଧାନସଭା ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷଦିନରେ ସୋମବାର ଦିନ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। କେନ୍ଦୁଝର ସହରର କାଳୀ ପଡିଆ ଠାରୁ ଏକ ବିରାଟ ପଟୁଆର ରେ ମାଦଳ ବାଜା ଏବଂ ପାରମ୍ପରିକ ବାଦ୍ୟ ସହିତ କେନ୍ଦୁଝର ଉପଜିଲ୍ଲାପାଳ ଙ୍କ କାର୍ୟ୍ୟାଳୟ କୁ ତାଙ୍କ ସମର୍ଥକ ଙ୍କ ସହିତ ଆସି କେନ୍ଦୁଝର ଉପଜିଲ୍ଲାପାଳ ତଥା ରିଟନିଙ୍ଗ ଅଧିକାରୀଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ପ୍ରାର୍ଥୀପତ୍ର ଦାଖଲ ସମୟରେ ତାଙ୍କର ସ୍ୱାମୀ ତଥା ପୂର୍ବତନ ପଞ୍ଚାୟତ ସମିତି ସଭ୍ୟ ପ୍ରଦୀପ କୁମାର ପ୍ରଧାନ ଙ୍କ ସହ ପାୟଲ ୟାଦବ ଓ ସଂଯୁକ୍ତା ପ୍ରଧାନ ଏବଂ ସମର୍ଥକ ମାନେ ଉପସ୍ଥିତ ଥିଲେ। ବିଜୁ ଜନତା ଦଳରୁ ଶ୍ରୀମତୀ ସିଂ କେନ୍ଦୁଝର ସଦର ବିଧାୟିକା ପ୍ରାର୍ଥୀ ପାଇଁ ଆଶାୟୀ ଥିବାବେଳ ଦଳ ତାଙ୍କୁ ଟିକେଟ ନଦେବାରୁ ତାଙ୍କ ସମର୍ଥକ ତଥା ଶୁଭେଚ୍ଛୁ ମାନଙ୍କ ପରାମର୍ଶ କ୍ରମେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି କେନ୍ଦୁଝର ର ସେବା କରିବା ପାଇଁ ସେ ପ୍ରାର୍ଥୀପତ୍ର ଦାଖଲ କରିଥିବା କହିଛନ୍ତି।ଅନ୍ୟପକ୍ଷେ ହଜାର ହଜାର ଲୋକ ପ୍ରାର୍ଥୀ ପତ୍ର ଦାଖଲ ସମୟରେ ଉପସ୍ଥିତ ଥିବାରୁ ବିରୋଧୀ ଗୋଷ୍ଠୀ ଭୟଭୀତ ହୋଇଥିବାର ଚର୍ଚ୍ଚା ହେଉଛି ।</h3> <h3></h3>