ସତରେ ଇଶ୍ଵର ସୁନ୍ଦର ସୁଷ୍ଟି ବଡ଼ ବିଚିତ୍ର ରହସ୍ୟମୟ ଅଟେ, ଈଶ୍ଵରଙ୍କ ସୁନ୍ଦର ଶ୍ରେଷ୍ଠ ଜୀବ ମନୁଷ୍ୟ ବିଚିତ୍ର ଅଟେ। ପାଞ୍ଚ ମନ ପଚିଶି ପ୍ରକୃତି ମନୁଷ୍ୟ ଧାରଣା କରିଥିବା ମନୁଷ୍ୟଙ୍କ ମଧ୍ୟରେ କେତେ ଜଣ ନିଆରା ଭିନ୍ନ ଧାରଣ ର ସୁଷ୍ଟି ମଧୁମୟ ହୋଇ ଉଠେ। ସେହି ଭଳି ନିଆର ମଣିଷ ହୋଇଛନ୍ତି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଳକ ଅନ୍ତର୍ଗତ ସଂଗ୍ରାମପୁର ପଞ୍ଚାୟତରେ ଅଧିନରେ ଥିବା ଫୁଲ ବାବା ଜଣେ ରାମାନନ୍ଦ ସମ୍ପ୍ରଦାୟର ବାବା ପ୍ରଫୁଲ୍ଲ ଦାସ ଓରଫ୍ ଫୁଲ ବାବା ସିକାକୁଲମ ଠାରେ ଜନ୍ମଗ୍ରହଣ କରିଥିବା ଓଡିଶା ପରିଭ୍ରମଣ ଆସି ଦୀର୍ଘ ୫୦ ବର୍ଷ ହେବ ଅଟକି ଯାଇଛନ୍ତି କୁଦହାଟ ଠାରେ ଏ ସ୍ଥାନ ର ଅଶ୍ଵୋରିକ ଅନୁଭବ କରି ସେ କୁଦାହଟ ନିକାଞ୍ଚ ନିଷ୍ପତ ଟାଙ୍ଗରା ଭୂମିରେ ସବୁଜ ନିଷ୍କାମ ଆଶ୍ରମ ପ୍ରତିଷ୍ଠା କରି ନିଜ ଶ୍ରମ ବଳ କରିପାରିଛନ୍ତି। ଗାଁ ଓ ଜନବସତି ଠାରୁ ଦୂରରେ ଥିବା କୁଦହାଟ ଠାରେ ପୂର୍ବ ରୁ ଖାଲି ବରଗଛ ଥିଲା ରାତି କଥା ଛାଡନ୍ତୁ, ଦିନରେ ମଧ୍ୟ ଆସିବା ପାଇଁ ଭୟ କରୁଥିଲେ ସ୍ଥାନୀୟ ଗ୍ରାମବାସୀମାନେ , ତିନି ଏକର ୬୦ ଡିସିମିଲ କୁଦହାଟ ଠାରେ ଆଶ୍ରମ ପ୍ରତିଷ୍ଠା କରିଥଲେ। ଏହି ସ୍ଥାନରେ ଶହେ ପ୍ରକାର ଫୁଲ ଫଳ ଔଷଧୀୟ ବୃକ୍ଷ ଏବଂ ପନିପରିବା ରେ ବର୍ଷକରେ ବାରମାସ କୁ ସବୁଜବର୍ଣ୍ଣ କରିପାରିଛନ୍ତି, ଏବଂ ସେ ଏବେ ଦେହତ୍ୟାଗ କରିଥିବାରୁ ସ୍ଥାନୀୟ ବାସିନ୍ଦା ତାଙ୍କର ଗୁଣ ଗାରିମା ପ୍ରକାଶ କରିଛନ୍ତି।