ଦୁର୍ଘଟଣାର ଶିକାର ହେଲେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲ । ମଧ୍ୟପ୍ରଦେଶର ଛିନ୍ଦଓ୍ଵାଡାରେ ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ସହ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି । ରଙ୍ଗ୍ ରୁଟ୍ରେ ଆସୁଥିବା ବାଇକ ଧକ୍କା ଦେବାରୁ ଦୁର୍ଘଟଣା ହୋଇଛି । ତେବେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଏୟାର ବ୍ୟାଗ୍ ଖୋଲିଯିବାରୁ କେନ୍ଦ୍ର ମନ୍ତ୍ରୀ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ହେଲେ ଏଥିରେ ୩୫ ବର୍ଷୀୟ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି । କୁହାଯାଉଛି ଯେ, ଭୁଲ ପାର୍ଶ୍ୱରୁ ଆସୁଥିବା ମୋଟରସାଇକେଲ ଚାଳକଙ୍କ ସହ ତାଙ୍କ ଗାଡି ମୁହାଁମୁହିଁ ଧକ୍କା ହୋଇଥିଲା ।
ଅମରୱାଡା ପୋଲିସ ଷ୍ଟେସନ ଅନ୍ତର୍ଗତ ସିଙ୍ଗୋଡି ବାଇପାସରେ ଏହି ଦୁର୍ଘଟଣା ଘଟିଛି । ପଟେଲ ଛିନ୍ଦୱାଦା ଠାରୁ ନରସିଂହପୁର ଅଭିମୁଖେ ସେ କାରରେ ଯାଉଥିଲେ । ଏହାପରେ ରାସ୍ତାରେ ଏକ ବାଇକ୍ ଆସିଲା। ସେହି ସମୟରେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ପଟେଲଙ୍କ କାର ନିୟନ୍ତ୍ରଣ ବାହାରକୁ ଯାଇ ଦୁର୍ଘଟଣା ଘଟିଥିଲା । ପ୍ରହ୍ଲାଦ ପଟେଲ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଛିନ୍ଦଓ୍ଵାଡାରେ ଅଛନ୍ତି । ଯେ ବାଇକ୍ ଚାଳକଙ୍କୁ ବଞ୍ଚାଇବାକୁ ଯାଇ କେନ୍ଦ୍ର ମନ୍ତ୍ରୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗାଡ଼ିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି ।