ମୌନି ଅମାବାସ୍ୟା ଅବସରରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଥିବା ସଙ୍ଗମରେ ପବିତ୍ର ବୁଡ଼ ପକାଇଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା। ବୁଡ଼ ପକାଇବା ପରେ ସେ ନିଜେ ଡଙ୍ଗା ଚଳାଇ ନଦୀରେ ବୁଲିଛନ୍ତି। ପ୍ରଥମେ ସେ ଡଙ୍ଗାରେ ତାଙ୍କ ସହଯୋଗୀମାନଙ୍କ ସହ ବସିଥିଲେ। ହେଲେ କିଛି ସମୟରେ ସେ ଏହାକୁ ଚଳାଇବା ଆରମ୍ଭ କରିଥିଲେ। ତାଙ୍କର ଏହି ନୌକା ଚଳାଇବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ପ୍ରିୟଙ୍କା ନିଜର ଦୁଇ ହାତରେ କାତ ମାରୁଥିବା ଦେଖିବାକୁ ମିଳିଛି।