ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି , ସକାଳ 11ଟା ସୁଦ୍ଧା ଦିଲ୍ଲୀରେ 19.95% ମତଦାନ ରେକର୍ଡ କରାଯାଇଛି । ଯେଉଁଠାରେ ୧.୫୬ କୋଟିରୁ ଅଧିକ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବାକୁ ଯାଉଛନ୍ତି । ସମସ୍ତ ୭୦ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଜି ଗୋଟିଏ ପର୍ଯ୍ୟାୟରେ ଭୋଟଦାନ ହେଉଛି ଏବଂ ୨,୬୯୬ ମତଦାନ ସ୍ଥାନରେ ମୋଟ ୧୩,୭୬୬ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି।
ସରକାରୀ ଏବଂ ବେସରକାରୀ ଉଭୟ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ଛୁଟି ଘୋଷଣା କରାଯାଇଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ନିର୍ବାଚନ ଯୋଗୁଁ ଉତ୍ତର ପ୍ରଦେଶ ଏବଂ ହରିୟାଣାରେ ମଧ୍ୟ ଛୁଟି ଘୋଷଣା କରିଛନ୍ତି। ଭୋଟରଙ୍କ ମତଦାନ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଥିବାରୁ, ସମସ୍ତଙ୍କ ନଜର ଦିଲ୍ଲୀର ଭୋଟରଙ୍କ ଉପରେ ରହିଛି । ୨୦୨୦ ବିଧାନସଭା ନିର୍ବାଚନରେ, ଦିଲ୍ଲୀରେ ୬୨.୫୯% ମତଦାନ ହୋଇଥିଲା ବେଳେ ୨୦୨୪ ଲୋକସଭା ନିର୍ବାଚନରେ ମାତ୍ର ୫୬% ମତଦାତା ଅଂଶଗ୍ରହଣ କରିଥିଲେ। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଜାରି ରହିବ।