ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା । କିଛି ସମୟରେ ଲୋକସଭାରେ ପ୍ରଧାନମନ୍ତ୍ରୀ ବିବୃତି ରଖିବେ । ୨୨ ତାରିଖ ଯାଏଁ ଚାଲିବାକୁ ଥିବା ଏହି ସ୍ୱତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ ପାସ କରିବା ଉପରେ ସବୁ ଦଳ ଗୁରୁତ୍ୱ ଦେଇଛନ୍ତି । ଏହାଛଡା ଆପ୍ ନେତା ସଂଜୟ ସିଂହ ଓ ରାଘବ ଚଢା ନିଲମ୍ବିନ ପ୍ରତ୍ୟାହାର କରିବାକୁ ବି ବିରୋଧୀ ଦାବି କରିଛନ୍ତି ।
ନିର୍ବାଚନ କମିଶନ ଚୟନ ପ୍ରକ୍ରିୟାରେ କୌଣସି ପରିବର୍ତନ କରିବାକୁ ବି ବିରୋଧୀ ଦାବି କରିଛନ୍ତି । ଜାତି ଜନଗଣନା, ଆଦାନୀ ମାମଲା, ସିଏଜି ରିପୋର୍ଟ ଉପରେ ବି ଆଲୋଚନା କରିବାକୁ ବିରୋଧୀ ଦାବି କରିଛନ୍ତି । ବିଜେଡି ସମେତ ଶିବସେନା ( ସିନ୍ଦେ ଗୋଷ୍ଠୀ) , କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ମହିଳା ସଂରକ୍ଷଣ ବିଲ ପାସ କରିବାକୁ ଦାବି କରିଥିଲେ । ସରକାର ଏହି ସ୍ୱତନ୍ତ୍ର ଅଧିବେଶନରେ ନିଜର ଏଜେଣ୍ଡା କହସାରିଛନ୍ତି ।