ଭୁବନେଶ୍ୱର; ଇନଭେଷ୍ଟମେଣ୍ଟ ଅନବ୍ଲକଡ୍ ପକ୍ଷରୁ ୱେଲଥ ଉଇଜାର୍ଡ ଆୱାର୍ଡ କାର୍ୟ୍ୟକ୍ରମ । ଏହାର ଷଷ୍ଠ ବାର୍ଷିକ ସେରିମନି ଅବସରରେ ପୁରଷ୍କୃତ ହେଲେ ବାଣିଜ୍ୟ ଓ ଅର୍ଥନିତୀ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀ । ଇନଭେଷ୍ଟମେଣ୍ଟ ଅନବ୍ଲକଡ ଅନୁଷ୍ଠାନ ଷ୍ଟକ ମାର୍କେଟ କ୍ଷେତ୍ରରେ ଟଙ୍କା ବିନିୟୋଗ କରିବା ଏବଂ କିଭଳି ଉଚିତ୍ ଜ୍ଞାନ ପାଇ ଲାଭବାନ ହୋଇପାରିବା ସେନେଇ ଶିକ୍ଷା ଦେଉଛି । ଏଥିସହ ଅନେକ ଜଣ ଏହାର ଉପଯୋଗୀତା ନ ଜାଣି ଠକାମିର ଶିକାର ହେଉଥିବା ବେଳେ ଏଥିରୁ ନିବୃତ ରହି କିଭଳି ସଠିକ୍ ଦିଗ ଚୟନ କରି ନିଜ ପୁଞ୍ଜିର ସଦୁପୋଯୋଗ କରିବା ସେନେଇ ମାର୍ଗଦର୍ଶିକା ପାଲଟିଛି । ଏନେଇ ଭୁବନେଶ୍ୱରରେ ଆୟୋଜିତ କାର୍ୟ୍ୟକ୍ରମରେ ଷ୍ଟକ ମାର୍କେଟର ଆବଶ୍ୟକତା ଓ ଏହାର ବ୍ୟବହାର ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଯାଇଛି । ଏହି ଅବସରରେ ଅଭିନେତ୍ରୀ ଅନୁ ଚୌଧୁରୀ , ଇନଭେଷ୍ଟମେଣ୍ଟ ଅନବ୍ଲକଡର ଫାଉଣ୍ଡର ଏସ୍ ପ୍ରସାଦ ରାଓ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।
ଭୁବନେଶ୍ୱରରୁ ରାଜେନ୍ଦ୍ର ପଢିହାରୀଙ୍କ ରିପୋର୍ଟ ଏନଏନଏସ ଓଡିଆ ।