<h3>ସୁନ୍ଦରଗଡ଼: ଷଷ୍ଠ ଥର ପାଇଁ ନବୀନ ବାବୁ ମୁଖ୍ୟମନ୍ତ୍ରୀ ହେବେ ଓ ବିଜୁ ଜନତା ଦଳ ଓଡ଼ିଶାରେ ସରକାର ଗଢ଼ିବ ବୋଲି କହିଲେ ସୁନ୍ଦରଗଡର ପର୍ଯ୍ୟବେକ୍ଷକ ପ୍ରିତିରଞ୍ଜନ ଘଡେଇ। ଗତକାଲି ବିଳମ୍ବତ ସନ୍ଧ୍ୟାରେ ହୋଇଥିବା ମିଶ୍ରଣ ପର୍ବରେ ପ୍ରତିକ୍ରିୟା ରଖିବାକୁ ଯାଇ ଏପରି ମନ୍ତବ୍ୟ ଦେଇଥିଲେ ଶ୍ରୀ ଘଡେଇ। ହଜାର ହଜାର ସଂଖ୍ୟାରେ ସ୍ଵତଃପ୍ରବୃତ୍ତ ଭାବେ ଅନ୍ୟ ରାଜନୈତିକ ଦଳ ଛାଡ଼ି ବିଜୁ ଜନତା ଦଳରେ ଯୋଗ ଦାନ କରିବା ହେଉଛି ଏହାର ନମୁନା ବୋଲି ସେ କହିଛନ୍ତି। କେବଳ ସେତିକି ନୁହେଁ ସୁନ୍ଦରଗଡ଼ ବିଧାନସଭା ପାଇଁ ବିଜୁ ଜନତା ଦଳରୁ ଟିକେଟ ପାଇଥିବା ପ୍ରାର୍ଥୀ ଯୋଗେଶ ସିଂ ମଧ୍ୟ ଏହି କଥା ଦୋହରାଇଛନ୍ତି । ବିଜୁ ଜନତା ଦଳର ଆଦର୍ଶ, ନବୀନ ବାବୁଙ୍କ ଦ୍ବାରା ହେଉଥିବା ବିକାଶ ଧାରାକୁ ଦେଖି ଏହି ମହା ମିଶ୍ରଣ ପର୍ବରେ ହଜାର ହଜାର ସଂଖ୍ୟାରେ ଯୁବପିଢିମାନେ ଯୋଗଦେଇଥିଲେ । ନବୀନ ବାବୁଙ୍କ ହାତ ମୁଠାକୁ ଅଧିକ ସଶକ୍ତ କରିବା ଓ ତାଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରାଇବା ନେଇ ବିଜୁ ଜନତା ଦଳର ଏହି କର୍ମୀମାନେ ଦିବା ରାତ୍ର ପରିଶ୍ରମ କରୁଥିବା କଥା ମଧ୍ୟ କେତେକ ରାଜନୈତିକ ସମୀକ୍ଷକ କହିଛନ୍ତି ।</h3>