ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ପୁରା ଦେଶରେ ସର୍ବାଧିକ ଦୈନିକ ରେକର୍ଡ ସହ ମୃତ୍ୟୁ ସଂଖ୍ୟା ବଢୁଥିବା ବେଳେ ଏବେ ଦିଲ୍ଲୀରେ ଏବେ ପଜିଟିଭିଟି ରେଟ୍ ସାମାନ୍ୟ ହ୍ରାସ ପାଇଛି । ଯାହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ କରୋନାକୁ ସମ୍ପୂର୍ଣ୍ଣ ଆୟତକୁ ଆଣିବା ପାଇଁ ଦିଲ୍ଲୀ ସରକାର ପୁଣି ଥରେ ଲକ୍ଡାଉନ୍ ଅବଧି ବୃଦ୍ଧି କରିଛନ୍ତି । ଦେଶର ରାଜଧାନୀ ଦିଲ୍ଲୀରେ କରୋନା ଭାଇରସର ସଂକ୍ରମଣ ମାମଲା ଲଗାତର କମୁଛି । ସେହିପରି କରୋନାଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ପୂର୍ବାପେକ୍ଷା ବହୁତ କମିଛି । ଏହା ଏବେବି ବିପଦ ଟଳିନି, ଯେଉଁକାରଣରୁ ରାଜଧାନୀ ଦିଲ୍ଲୀରେ ଆଉ ସପ୍ତାହକ ପାଇଁ ଲକଡାଉନ୍ ଅବଧି ବଢ଼ାଇ ଦିଆଯାଇଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଏହି ଘୋଷଣା କରିଛନ୍ତି । ସିଏମ୍ କେଜ୍ରିୱାଲ କହିଛନ୍ତି, ଯଦି କରୋନା ମାମଲା କମୁଛି, ତାହେଲେ ମେ’ ୩୧ ତାରିଖରୁ ଧିରେ ଧିରେ କିଛି ଗତିବିଧି ସହ ଦିଲ୍ଲୀରେ ଅନଲକ୍ ପ୍ରକ୍ରିୟା ଆରମ୍ଭ କରାଯିବ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଯୁଦ୍ଧ ଏବେ ବାକି ଅଛି ଏବଂ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସୁଛି। ଗତ ୨୪ ଘଣ୍ଟାରେ ମୁଁ କିଛି ଲୋକଙ୍କୁ ପଚାରିଲି ଯେ କ’ଣ କରାଯିବ । ସମସ୍ତେ ଏକ ସ୍ୱରରେ କହିଲେ ଯେ ଆଉ ସପ୍ତାହେ ପାଇଁ ଲକଡାଉନ୍ ଅବଧିକୁ ବଢ଼ାଇ ଦିଆଯାଉ ।