କୋଲକାତା: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ଜମ ଜୟନ୍ତୀ ଅବସରରେ କୋଲକାତାର ଭିକ୍ଟୋରିଆ ମେମୋରିଆଲରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେଇଥିଲେ। କିନ୍ତୁ ଜୟ ଶ୍ରୀରାମ ନାରା ଲଗାଇବାରୁ ସେ ଭାଷଣ ଦେବାକୁ ମନା କରିଦେଇଥିଲେ। ଏହି ନାରାବାଜିକୁ ନେଇ ବିଜେପି ଓ ଟିଏମସି ମୁହାଁମୁହିଁ ହୋଇଛନ୍ତି ।ବିଜେପି ନେତା ତଥା ହରିୟାଣାର ମନ୍ତ୍ରୀ ଅନିଲ ବିଜ୍ ଟ୍ୱିଟ୍ କରି କହିଛନ୍ତି ଯେ, ଷଣ୍ଢକୁ ନାଲି କପଡା ଦେଖାଇବା ଯାହା ଦିଦିଙ୍କ ଆଗରେ ଜୟ ଶ୍ରୀରାମ ନାରା ଲଗାଇବା ତାହା ଅଟେ। ତେଣୁ ସେ ଭିକ୍ଟୋରିଆ ମେମୋରିଆଲରେ ନିଜର ଭାଷଣ ଦେଇ ନଥିଲେ। ସେହିପରି ଉତ୍ତର ପ୍ରଦେଶ ସରକାରର ମନ୍ତ୍ରୀ ମୋହସିନ୍ ରାଜା କହିଛନ୍ତିଯେ, ଦିଦିଙ୍କୁ ଏବେ ରାମ ନାମରୁ ମଧ୍ୟ ଅପମାନ ଲାଗୁଛି। ଶ୍ରୀରାମ ଭାରତୀୟ ସଂସ୍କୃତିର ଆତ୍ମା ଅଟନ୍ତି। ଯଦି ମମତା ଜୟ ଶ୍ରୀରାମ, ଭାରତ ମାତା କି ଜୟ ଓ ବନ୍ଦେ ମାତରମ ଶୁଣି ଅପମାନିତ ହେଉଛନ୍ତି ତେବେ ଜନତା ଏହି ମାନସିକତାକୁ ଘୃଣା କରନ୍ତି। ଏହାର ଜବାବ ପଶ୍ଚିମବଙ୍ଗର ଜନତା ଦିଦିଙ୍କୁ ଦେବେ। ସେହିପରି ବିଜେପି ନେତା ଅମିତ ମାଲବୀୟ କହିଛନ୍ତି ଯେ, ମମତା ଏପରି କରି ମହାପୁରୁଷଙ୍କୁ ଅପମାନ କରିଛନ୍ତି। ଏପରି କରି ସେ ରବୀନ୍ଦ୍ରନାଥ ଟାଗୋରଙ୍କୁ ଅପମାନ କରିଛନ୍ତି ବୋଲି ସେ କହିଛନ୍ତି ।