ଭୁବନେଶ୍ୱର: ସାରା ବିଶ୍ୱର ଠାକୁର ଭାବରେ ପରିଗଣିତ ପ୍ରଭୁ ଲିଙ୍ଗରାଜ। ଏହା ସହିତ ପ୍ରଭୁ ଲିଙ୍ଗରାଜଙ୍କର ନୀତିକାନ୍ତି ଓ ପର୍ବପର୍ବାଣୀ ମଧ୍ୟ ରହିଛି। ଭକ୍ତି ଭାବର ସହିତ ସମସ୍ତେ ବନ୍ଧା। ସେ ସେବାୟତ ହୁଅନ୍ତୁ ବା ଭକ୍ତ। କିନ୍ତୁ ଏନ୍ଏମ୍ଏର ବିଜ୍ଞପ୍ତି ପ୍ରତ୍ୟାହାର ନ ହେଲେ ଏହା ସୌନ୍ଦର୍ଯ୍ୟକରଣ ଓ ପ୍ରଭୁଙ୍କ ନୀତିକାନ୍ତି ତଥା ସେବା ଓ ସେବାୟତ ପ୍ରଭାବିତ ହେବେ। ଲିଙ୍ଗରାଜ ମନ୍ଦିର ସହ ଯୋଡ଼ି ହୋଇଛି ରାଜ୍ୟବାସୀଙ୍କ ଭକ୍ତି ଓ ଭାବାବେଗର ସମ୍ପର୍କ। ଲିଙ୍ଗରାଜ ମନ୍ଦିର ହେଉଛି ଏକ ଶୈବପୀଠ। ଏଠାରେ କୋଟିକୋଟି ଭକ୍ତଙ୍କ ଭାବାବେଗ ଯୋଡ଼ି ହୋଇ ରହିଛି। ଏକାମ୍ର କ୍ଷେତ୍ରର ସମସ୍ତ ସମ୍ପତ୍ତି ଶ୍ରୀ ଲିଙ୍ଗରାଜ ମନ୍ଦିର ଓ ଏହାର ସେବାୟତଙ୍କୁ ପ୍ରଭାବିତ କରିବ। ରାଜ୍ୟ ସରକାରଙ୍କ ଉଦ୍ୟମରେ ଲିଙ୍ଗରାଜ ମନ୍ଦିର ଓ ଆଖପାଖର ସୌନ୍ଦର୍ଯ୍ୟକରଣ ପାଇଁ ଏକାମ୍ର ବିକାଶ ପ୍ରକଳ୍ପ ଆରମ୍ଭ ହୋଇଛି । ଯାହା ଏବେ ମନ୍ଦିର ମାଳିନୀ ଭୁବନେଶ୍ୱରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଛି। ଆଉ ଏହି ସୌନ୍ଦର୍ଯ୍ୟକରଣ ଲାଗି ସ୍ୱଇଛାରେ ଜମି ଯୋଗାଇ ଦେଇଛନ୍ତି ସେବାୟତ ପରିବାର ଓ ଅଞ୍ଚଳବାସୀ। ଆମେ କୌଣସି ରାଜନୈତିକ ଦଳ ସହିତ ଯଡ଼ିତ ନୁହେଁ।