ଏନ୍ଏନ୍ଏସ ଓଡିଆ, ଭୁବନେଶ୍ୱର; ରାଜଧାନୀ ଭୁବନେଶ୍ୱର ସ୍ଥିତ ବିଜେପି ସ୍ୱଂୟସାଶିତ ମହାବିଦ୍ୟାଳୟରେ ପୁଣି ଥରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି । ଦୁଇ ଗୋଷ୍ଠୀ ମଧ୍ୟରେ ଆଜି ଗଣ୍ଡଗୋଳ ହୋଇଥିବା ଜଣାପଡିଛି । କମେଣ୍ଟମରାକୁ କେନ୍ଦ୍ର କରି ଦୁଇ ଛାତ୍ରଙ୍କୁ ଆକ୍ରମଣ ହୋଇଛି । ଆମ୍ବେଦକର ହଷ୍ଟେଲ ଛାତ୍ର ଆକ୍ରମଣ କରିଥିବା ନେଇ ଅଭିଯୋଗ ପରେ ଦୁଇ ଗୋଷ୍ଠୀ ପକ୍ଷରୁ ବଡଗଡ ଥାନାରେ ଏତଲା ହୋଇଛି । ଅଭିଯୋଗ ଅନୁସାରେ,ଗଣ୍ଡଗୋଳ ଘଟଣାରେ ୩ଜଣ ଯୁକ୍ତ ୩ ଛାତ୍ର ଆହତ ହୋଇଛନ୍ତି । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରିଛି । ବାରମ୍ବାର ଆମ୍ବେଦକର ହଷ୍ଟେଲରେ ଗଣ୍ଡଗୋଳ ନେଇ ଅଭିଯୋଗ ଆସୁଛି । ଯିଏ ବି ସମ୍ପୃକ୍ତ ଥିବ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।ସୂଚନାଯୋଗ୍ୟ, ଗତ ଜୁଲାଇ ୪ ତାରିଖରେ ବିଜେବି ଓ ମହର୍ଷିରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ମାର୍ପିଟ୍, ହଣାକଟା ହୋଇଥିଲା। ମହର୍ଷି କଲେଜର ଜଣେ ଦ୍ବିତୀୟ ବର୍ଷ ବିଜ୍ଞାନ ଛାତ୍ରକୁ ବିପକ୍ଷ ଗୋଷ୍ଠୀର ଜଣେ ଯୁବକ ଓ ତା’ ସହଯୋଗୀମାନେ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଦୁର୍ବୃତ୍ତମାନଙ୍କ ଆତଙ୍କ ଏଭଳି ଥିଲା ଯେ ଦିନ ଦି’ପହରେ ଶହଶହ ଲୋକଙ୍କ ଆଖି ଆଗରେ ଏ ଘଟଣା ଘଟିଥିଲେ ହେଁ ସେମାନଙ୍କୁ ବାଧା ଦେବାକୁ କେହି ସାହସ ଜୁଟାଇ ପାରିନଥିଲେ। ଅଟକାଇବା ତ ଦୂରର କଥା, ସାଧାରଣ ଲୋକ ବି ଜୀବନ ବିକଳରେ ଧାଇଁ ପଳାଇଥିଲେ। ଏହା ପୂର୍ବରୁ ବିଜେବି କଲେଜରେ ଜଣେ ନେତାଙ୍କ ଜନ୍ମଦିନକୁ ପାଳନ କରାଯିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଚାଲିଥିବା ଛକାପଞ୍ଝା ଜୁଲାଇ ୪ ତାରିଖରେ ଉଗ୍ର ରୂପ ନେଇଥିଲା। ଉଭୟ ଗୋଷ୍ଠୀ କ୍ୟାମ୍ପସ୍ରେ ମାର୍ପିଟ୍ ହେବାରୁ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। କଲେଜ ଭିତରେ ସମାଧାନ ହୋଇ ନପାରିବାରୁ କଥା ଥାନାକୁ ଯାଇଥିଲା।