ଏନ୍ଏନ୍ଏସ ଓଡିଆ, ପୁରୀ; ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ସୁପାରିଶ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କୁ ସୁପାରିଶ କରିଛି ଶ୍ରୀମନ୍ଦିର ପରିଚାଳକ । ଆଗାମୀ ରଥଯାତ୍ରା ସମୟରେ ଖଲିବାକୁ କମିଟି ସୁପାରିଶ କରିଥିବା ଜଣାପଡିଛି ।ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସୁପାରିଶ କରାଯାଇଛି । ବୈଠକ ପରେ ଜିଲ୍ଲାପାଳ ସମର୍ଥ ବର୍ମା ଏନେଇ ସୂଚନା ଦେଇଛନ୍ତି । ରତ୍ନଭଣ୍ଡାର ଖୋଲିବାର ତଦାରଖ ପାଇଁ ହାଇଲେବଲ ଟିମ୍ ଗଠନ ହେବ । ହାଇଲେବଲ ଟିମ୍ ପାଇଁ ସରକାରଙ୍କୁ ନିବେଦନ କରିଛି ପରିଚାଳନା କମିଟି । ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଟିମ୍ ପାଇଁ ମଧ୍ୟ ନିଆଯାଇଛି । ସୁପ୍ରିମକୋର୍ଟ ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ଜଜ୍ ଟିମ୍ର ମୁଖ୍ୟ ହେବେ । ଭିତର ରତ୍ନଭଣ୍ଡାର ଖୋଲିବାର ସମସ୍ତ ବ୍ୟବସ୍ଥା ତଦାରଖ କରିବ ଟିମ୍ । ରଥଯାତ୍ରା ପର୍ବର ବୈଷୟିକ ଜ୍ଞାନ କୌଶଳ ଜରିଆରେ ଯାଞ୍ଚ କରାଯାଇଛି । ବୈଷୟିକ ଜ୍ଞାନକୌଶଳ ଜରିଆରେ ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରାଯିବ ।କିଛି ଦିନ ପୂର୍ବରୂ ସରକାର ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ କହିଥିଲେ ଏବେ ଦରକାର ନାହିଁ ଜଗନ୍ନାଥଙ୍କ ଅଳଙ୍କାର ଗଣତି । ରତ୍ନଭଣ୍ଡାରରେ ସୁରକ୍ଷିତ ଅଛି ମହାପ୍ରଭୁଙ୍କ ସବୁ ଦୁର୍ମୂଲ୍ୟ ରତ୍ନ ଅଳଙ୍କାର । ଖୋଦ୍ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହାଇକୋର୍ଟରେ ଦାଖଲ ହୋଇଛି ଏଭଳି ସତ୍ୟପାଠ । ତୁରନ୍ତ ଭିତର ରତ୍ନଭଣ୍ଡାର ଖୋଲି ଅଳଙ୍କାର ଯାଞ୍ଚ ପାଇଁ ଦାଏର ଜନସ୍ୱାର୍ଥ ମାମଲାରେ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ଏଭଳି ସତ୍ୟପାଠ ଦାଖଲ ସମସ୍ତଙ୍କୁ ଚକିତ କରିଥିଲା।ତେବେ ହଠାତ୍ କାହିଁ ବଦଳିଗଲା ମନ । ପୁଣି ରତ୍ନ ଭଣ୍ଡାର ଖୋଲିବାକୁ କାହିଁକି ମନସ୍ଥ କଲା ପ୍ରଶାସନ । ଏନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି । ବୁଦ୍ଧିଜୀବୀ ତଥା ରାଜନୀତି ବିଶେଷଜ୍ଞଙ୍କ ମତରେ ଏହା କେବଳ ଏକ ଥୋପ ସଦୃଶ । ରତ୍ନ ଭଣ୍ଡାର ଖୋଲିବା ନେଇ ଲୋକଙ୍କ ମନରେ ଯେଉଁ ଅସନ୍ତୋଷ ଜନ୍ମ ନେଇଛି, ତାକୁ ପ୍ରଶମିତ କରିବା ଉଦେଶ୍ୟରେ ଏହି ପ୍ରୟାସ ବୋଲି ମତ ପ୍ରକାଶ ପାଇଛି ।କିଛି ଦିନ ପୂର୍ବରୁ ସରକାରଙ୍କ ପକ୍ଷରୁ ଯେଉଁ ସତ୍ୟପାଠ ଦାଖଲ କରାଯାଇଥିଲା, ସେଥିରୁ ସ୍ପଷ୍ଟ ବାରି ହେଉଥିଲା ଯେ, ଶ୍ରମନ୍ଦିର ପ୍ରଶାସନ କି ରାଜ୍ୟ ସରକାର କେହି ରତ୍ନଭଣ୍ଡାର ଖୋଲିବା ମୁଡ୍ରେ ନାହାନ୍ତି । ସତ୍ୟପାଠରେ ରତ୍ନଭଣ୍ଡାରକୁ ତିନିଟି କାଟାଗୋରୀଯୁକ୍ତ କକ୍ଷ ଭାବେ ବର୍ଣ୍ଣନା କରି ଭିତର, ବାହାର ଓ ଚଳନ୍ତି ଭଣ୍ଡାର ଗୃହରେ ମହାପ୍ରଭୁଙ୍କ ସମସ୍ତ ଅଳଙ୍କାର ରଖାଯାଇଥିବା ଦର୍ଶାଯାଇଥିଲା । ଯାହାମଧ୍ୟରେ ୧୪୯ କେଜି ୪୬୦ ଗ୍ରାମ ସୁନା, ୧୮୩ କେଜି ରୂପା ଅଳଙ୍କାର ଥିବା କୁହାଯାଇଥିଲା ।