ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ଯୋଜନା ସଂପର୍କରେ ବିବୃତ୍ତି ରଖିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ଯୋଜନା ବେଳେ ୩ଟି ବିଷୟକୁ ଗୁରୁତ୍ୱ ଦିଆଯାଇଛି। ମୁଖ୍ୟତଃ ଶ୍ରୀମନ୍ଦିର ନିରାପତ୍ତା, ଆସୁଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ନିରାପତ୍ତାକୁ ଗୁରୁତ୍ୱ ଦିଆଯାଇଛି। ସେହିପରି ଭକ୍ତଙ୍କ ପାଇଁ ଏକ ସୁନ୍ଦର ଆଧ୍ୟାତ୍ମିକ ପରିବେଶକୁ ଗୁରୁତ୍ୱ ଦିଆଯାଇଛି। ଏହି ଅବସରରେ ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ସଂକଳ୍ପ ପାରିତ ହୋଇଛି। ବାଚନିକ ଭୋଟରେ ସଂକଳ୍ପ ପାରିତ ନେଇ ବାଚସ୍ପତି ଘୋଷଣା କରିଛନ୍ତି। ଯୋଜନା ପାଇଁ ଗଜପତିଙ୍କ ଅବଦାନକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗଜପତି ମହାରାଜାଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ।ସମସ୍ତ ସେବାୟତ, ପୁରୀବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ପ୍ରଦାନ କରିଛନ୍ତି। ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ସୁବାସ ପାଣିଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଭକ୍ତଙ୍କ ପାଇଁ ଏକ ଆଧ୍ୟାତ୍ମିକ ପରିବେଶ ପାଇଁ ବ୍ୟବସ୍ଥା କରାଯାଇଛି। ଜଗନ୍ନାଥଙ୍କୁ ଦର୍ଶନ ପାଇଁ ଆସୁଥିବା ଭକ୍ତ ଦିବ୍ୟ ଅନୁଭୂତି ନେଇ ଫେରିବେ। ସମସ୍ତ ସେବାୟତ, ପୁରୀବାସୀ ଓ ଗଜପତି ମହାରାଜାଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥିରେ ସହଯୋଗ କରିଥିବା ସମସ୍ତଙ୍କୁ ଧନ୍ୟବାଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି ।