ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ୧୭ ତାରିଖରେ ଲୋକାର୍ପଣ ହେବ । ଆଜିଠୁ ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମ। ଭାରତବର୍ଷର ବିଭିନ୍ନ ମନ୍ଦିର, ୪ ଧାମ ଓ ୧୨ଟି ଜ୍ୟୋତିଲିଙ୍ଗ, ଦାରୁ ଆସିଥିବା ବିଭିନ୍ନ ସ୍ଥାନକୁ ଯାତ୍ରା କରିବେ ଶ୍ରୀମନ୍ଦିରର ସେବାୟତ ଓ ଅଧିକାରୀ।
ଏନେଇ ଆଜି ସକାଳ ୮ଟା ୩୦ ମିନିଟରେ ଦେଶ ତଥା ଦେଶ ବାହାର ବିଭିନ୍ନ ମୁଖ୍ୟ ମନ୍ଦିରର ପ୍ରମୁଖ ସ୍ଥାନକୁ ନିମନ୍ତ୍ରଣ ପତ୍ର ନେଇଯିବେ। ପ୍ରଥମେ ଶ୍ରୀଜିଉଙ୍କ କରାଯାଇଥିଲା ନିମନ୍ତ୍ରଣ। ନୀଳାଦ୍ରୀ ଭକ୍ତ ନିବାସଠାରୁ ଶ୍ରୀମନ୍ଦିରର ସେବାୟତ ଓ ଅଧୀକାରୀମାନଙ୍କର ଏକ ଟିମ୍ ବାହାରିବ । ଲିଙ୍ଗରାଜ ମନ୍ଦିର ଦର୍ଶନ କରି ଯାତ୍ରା କରିବେ ସେବାୟତ ଓ ଅଧିକାରୀ। ପରିଚାଳନା କମିଟି ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବେ।
ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନିକଟରୁ ୨୩ଟି ଗାଡିରେ ନିମନ୍ତ୍ରଣର ବାର୍ତା ନେଇ ପ୍ରତିନିଧିମାନେ ଯାତ୍ରା ଆରମ୍ଭ କରିବେ । ୧୩ଟି ଗାଡି ରାଜ୍ୟ ମଧ୍ୟରେ ବିଭିନ୍ନ ଦେବାଦେବୀ ମନ୍ଦିର, ଜଗନ୍ନାଥ ମନ୍ଦିରକୁ ଯାଇ ନିମନ୍ତ୍ରଣ କରିବେ । ପ୍ରଥମ ଟିମ ଖଲ୍ଲିକୋଟ ଓ କୋଦଳା ଅଂଚଳକୁ ପ୍ରଥମେ ଯାତ୍ରା କରିବେ ।
ରାଜ୍ୟ ବାହାରର ନୂଆଦିଲ୍ଲୀର ହଜଖାସ ଶ୍ରୀଜଗନ୍ନାଥ ମନ୍ଦିର. ମଥୁରା, ବୃନ୍ଦାବନ, ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିର, ଭୀମାଶଙ୍କର ଜ୍ୟୋର୍ତିଲିଙ୍ଗ, ତିରୁପତି ବାଲାଜୀ, କାଂଚିପୁରମ କାମାକ୍ଷୀ ଦେବୀ, ରାମେଶ୍ୱରମ, ବଦ୍ରୀନାଥ , କେଦାରନାଥ, ଉତ୍ତରକାଶୀ, ଯୋଶୀମଠ , ଦ୍ୱାରିକାଧୀଶ, ନାଗେଶ୍ୱର ଜ୍ୟୋର୍ତିଲିଙ୍ଗ, ବୈଷ୍ଣୋ ଦେବୀ, ମଦୁରାଇ, ମହାକାଳେଶ୍ୱର, ଚାମୁଣ୍ଡେଶ୍ୱରୀ ଭଳି ପ୍ରସିଦ୍ଧ ପୀଠକୁ ଗସ୍ତ କରି ପୁରୀକୁ ଆମନ୍ତ୍ରଣ କରାଯିବ । ଚାରିଧାମର ଜଗତଗୁରୁଙ୍କ ମମେତ ଅନେକ ମାନ୍ୟଗଣ୍ୟ ତଥା ଭିଭିଆଇପିକୁ ମଧ୍ୟ ନିମନ୍ତ୍ରଣ କରାଯିବା ନେଇ ଯୋଜନା କରିଛି ।