ଆଜି ଚୈତ୍ର ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥି । ଏହି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉ ମାନଙ୍କର ଖସାପଡା ନୀତି । ମଧ୍ୟାହ୍ନ ଧୂପ ପରେ ଦଇତାପତି ସେବକ ମାନେ ରତ୍ନସିଂହାସନ ଉପରେ ଚଢ଼ି ଦୀର୍ଘ ସମୟ ଧରି ମହାପ୍ରଭୁଙ୍କ ଏହି ଗୁପ୍ତନିତି ସମ୍ପାଦନ କରିବେ । ଖସାପଡା ନୀତି ଶ୍ରୀଜିଉ ମାନଙ୍କର ଶ୍ରୀପୟର ସୁରକ୍ଷା ଲାଗି କରାଯାଇଥାଏ । ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ଖସାପଡା ଲାଗି ନୀତି । ଦ୍ବିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ନୀତି ଆରମ୍ଭ ହେବ । ଗୁପ୍ତ ନୀତି ପାଇଁ ୫ ଘଣ୍ଟା ବନ୍ଦ ରହିବ ଦର୍ଶନ । ସନ୍ଧ୍ୟା ୫ଟାରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ । ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ସେଥିପାଇଁ ସନ୍ଧ୍ୟାରେ ପ୍ରାୟ ୫ଘଣ୍ଟା ଠାକୁରଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁସାରେ ଏହି ସ୍ୱତନ୍ତ୍ର ନୀତି ଅପରାହ୍ନ ୫ଟାରୁ ରାତି ୧୦ଟା ମଧ୍ୟରେ ଅନୁଷ୍ଠିତ ହେବ । ଏହି ନୀତିରେ ମହାପ୍ରଭୁଙ୍କ ଶ୍ରୀପୟରକୁ ଧଳା କପଡାରେ ଘୋଡାଇ ଦିଆଯାଏ । ବର୍ଷରେ ଦୁଇରୁ ତିନିଥର ଏହି ନିତି ସମ୍ପାଦନ କରାଯାଏ । ଏହା ଏକ ଗୁପ୍ତନିତି ହୋଇଥିବାରୁ ମୁଖ୍ୟତଃ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।