() ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ ଓ ସୁସଂଗଠିତ କରିବା ପାଇଁ ପୋଲିସ ନେଇଛି ବିରଳ ପଦକ୍ଷେପ । ହୁ୍ୟମାନ ଚେନ ମାଧ୍ୟମରେ ଭକ୍ତମାନଙ୍କୁ ଶୃଙ୍ଖଳିତ ଭାବେ ଦର୍ଶନ କରାଇବାକୁ ଆରମ୍ଭ କରିଛି ନୂଆ ପ୍ରୟାସ । ଏସପି ଡକ୍ଟର କନୱର ବିଶାଲ ସିଂଙ୍କ ନିଦେ୍ର୍ଦଶରେ ଆଜି ଭକ୍ତଙ୍କ ଗହଳି ଭିତରେ ହୁ୍ୟମାନ ଚେନ ସିଷ୍ଟମକୁ ଲାଗୁ କରାଯାଇଛି । ବରିଷ୍ଠ ଅଧିକାରୀମାନେ ହାତ ଧରାଧରି ହୋଇ ହୁ୍ୟମାନ ଚେନ ମାଧ୍ୟମରେ ଭକ୍ତମାନଙ୍କୁ ଶୃଙ୍ଖଳିତ ଦର୍ଶନ କରାଇଛନ୍ତି । ଆଜି ରବିବାର ହେତୁ ଦର୍ଶନ ପାଇଁ ଲମ୍ବା ଲାଇନ ରହିଥିବା ବେଳେ ନୂଆ ପଦକ୍ଷେପ ଲାଗୁ କରି ବେଶ ସଫଳତା ହାସଲ କରିଥିବା ପୋଲିସ ସୂଚନା ଦେଇଛି । ଦୀର୍ଘ ଦିନର ସମସ୍ୟାକୁ ସମାଧାନ କରିବା ପାଇଁ ହୁ୍ୟମାନ ଚେନ ବ୍ୟବସ୍ଥାକୁ ହାତକୁ ନେଇ ସଫଳ ହୋଇଥିବା ଜଣାପଡିଛି । ତେବେ ଏହି ବ୍ୟବସ୍ଥା କିଭଳି ଭାବେ ଦର୍ଶନ ବ୍ୟବସ୍ଥାକୁ ଅଧବକ ଶୃଙ୍ଖଳିତ କରିପାରିବ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।
ପୁରୀରୁ ସଂଜୟ ମହାପାତ୍ର, ଏନଏନଏସ୍ ଓଡିଆ