ପୁରୀ ଶ୍ରୀମନ୍ଦିରରେ ପଡିଲା ରକ୍ତ ଛିଟା । ଶ୍ରୀମନ୍ଦିର ଭିତର କାଠ ନିକଟରେ ରକ୍ତ ଛିଟା ପଡିଥିବା ଦେଖିବାକୁ ମିଳିଥିଲା । ରକ୍ତ ଛିଟା ପଡିଥିବାରୁ ପରମ୍ପରା ଅନୁସାରେ ମହାପ୍ରଭୁଙ୍କର ମହାସ୍ନାନ ସମ୍ପନ୍ନ ହୋଇଥାଏ । ସେଥିଲାଗି ଶ୍ରୀମନ୍ଦିରରେ ଶନିବାର ରକ୍ତଛିଟା ଦେଖାଯିବା ପରେ ମହାପ୍ରଭୁଙ୍କର ମହାସ୍ନାନ ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିରରେ ରକ୍ତଛିଟା ପଡ଼ିଥିବାରୁ ସକାଳ ନୀତିରେ ସାମାନ୍ୟ ବିଳମ୍ବ ହୋଇଛି । ଭିତରକାଠ ନିକଟରେ ରକ୍ତଛିଟା ଦେଖିବା ପରେ ଶ୍ରୀଜିଉଙ୍କର ହେଲା ମହାସ୍ନାନ। ମହାସ୍ନାନ ନୀତି ସମ୍ପୂର୍ଣ୍ଣ ହେବା ପରେ ପୁଣି ସାଧାରଣ ଭକ୍ତଙ୍କୁ ଦର୍ଶନ ପାଇଁ ଛଡ଼ାଯାଇଛି । ପରମ୍ପରା ଅନୁସାରେ ଶ୍ରୀମନ୍ଦିର ଗର୍ଭଗୃହରେ ରକ୍ତ ଛିଟା ଦେଖିଲେ ଠାକୁରଙ୍କ ମହାସ୍ନାନ ନୀତି ହୋଇଥାଏ। ତେବେ ରକ୍ତ ଛିଟା କେଉଁଠୁ ଭିରତକାଠ ନିକଟକୁ ଆସିଲା ତାହା ସ୍ପଷ୍ଟ ହୋଇନି । କେମିତି ଶ୍ରୀମନ୍ଦିର ଭିତରେ ରକ୍ତ ଛିଟା ପଡିଲା ତାହା ସ୍ପଷ୍ଟ ଭାବେ ଜଣାପଡିନାହିଁ । ସେ ନେଇ ଅଧିକ ଖୋଳତାଡ ଜାରି ରହିଛି ।