ପୁରୀ : ପୁରୀ ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟ ରେ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡ ରେ ଜଳିଗଲା ପ୍ଲାଷ୍ଟିକ ନିର୍ମିତ ବ୍ୟାରିକେଡ। ସକାଳୁ ଏହି ଅଘଟଣ ଘଟିଛି। ତେବେ ସୌଭାଗ୍ୟ ର ବିଷୟ ଏହି ଅଗ୍ନିକାଣ୍ଡ ଘଟଣା ରେ କାହାର କିଛି କ୍ଷତି ହୋଇନାହିଁ। ତେବେ ସ୍ଥାନୀୟ ଲୋକଙ୍କ ସୁଚନା ଅନୁଯାୟୀ ଶ୍ରୀ ଗୁଣ୍ଡିଚା ମନ୍ଦିର ର ନାକଚଣା ଦ୍ଵାର ନିକଟ ପାଚେରୀ ପାଖରେ ପ୍ରଶାସନ ପକ୍ଷରୁ ପ୍ଲାଷ୍ଟିକ ନିର୍ମିତ ବ୍ୟାରିକେଡ ରଖାଯାଇଥିଲା। ତେବେ କୌଣସି କାରଣ ରୁ ଏହି ପ୍ଲାଷ୍ଟିକ ବ୍ୟାରିକେଡ ରେ ନିଆଁ ଲାଗି ଯାଇଥିଲା। ଚାହୁଁ ଚାହୁଁ ଏହା ସବୁ ବ୍ୟାରିକେଡ ରେ ଲାଗି ଯାଇଥିଲା। ନିଆଁ ଏତେ ମାତ୍ରା ରେ ଜଳିଥିଲା ଯେ ସେଠାର ଥିବା ପାଚେରୀ, ଗଛ ସବୁ କଳା ପଡିଯାଇଥିଲା। ଏହାକୁ ନେଇ କିଛି ସମୟ ଲୋକ ଙ୍କ ମଧ୍ୟ ରେ ଆତଙ୍କ ଖେଳି ଯାଇଥିଲା। ତେବେ ଅଗ୍ନିଶମ ବାହିନୀ ପହଂଚି ନିଆଁ କୁ ଆୟତ୍ତ କରିଥିଲା। ତେବେ ନିଆଁ କେମିତି ଲାଗିଲା ତାହା ଅସ୍ପଷ୍ଟ ରହିଚି। ତେବେ ଅଗ୍ନିଶମ ଅଧିକାରୀ ଙ୍କ କହିବା ଅନୁଯାୟୀ ବ୍ୟାରିକେଡ ପାଖରେ ଶୁଖିଲା ପତର ପଡି ରହିଥିଲା। କେହି ସିଗାରେଟ ଟାଣି ପକାଇବା ପରେ ଅଗ୍ନି କାଣ୍ଡ ହୋଇ ଥାଇପାରେ। ତେବେ ଶ୍ରୀ ଗୁଣ୍ଡିଚା ମନ୍ଦିର ର ନାକଚଣା ଦ୍ଵାର ଏବେ ଅସାମାଜିକ ଲୋକ ଙ୍କ କବଜା ରେ ଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଆସୁଛନ୍ତି। ସକାଳୁ ରାତି ଯାଏ କିଛି ଅସାମାଜିକ ଲୋକ ସେଠାରେ ଆଡା ଜମାଇ ନିଶା ସେବନ ସହ ଅବାଧ ରେ ଗଞ୍ଜେଇ, ସିଗାରେଟ ସେବନ କରୁଛନ୍ତି। ଏଭଳି ପରିବେଶ ପାଇଁ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ରହିଛି। ପୁରୀ ପୋଲିସର ଏଭଳି ଢିଲା ମନୋଭାବକୁ ବୁଦ୍ଧିଜୀବୀ କଡ଼ା ସମାଲୋଚନା କରିଥିଲେ।