ଏନ୍ଏନ୍ଏସ ଓଡିଆ: ପୁରୁଷ ଏସିଆନ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ଶେଷ ହୋଇଛି ଲିଗ ମ୍ୟାଚ । ଅନ୍ତିମ ମ୍ୟାଚରେ ଦମ ଦେଖାଇଲା ଭାରତ । ଚିରପ୍ରତିଦ୍ୱନ୍ଦି ପାକିସ୍ତାନକୁ ଧରାଶାୟୀ କରି ୪-୦ ଗୋଲରେ ମ୍ୟାଚ ଜିତି ନେଇଛି ଭାରତ । ଫଳରେ ସର୍ବାଧିକ ୧୩ ପଏଣ୍ଟ ସହ ପଏଣ୍ଟ ଟେବୁଲର ପ୍ର୍ରଥମ ସ୍ଥାନରେ ରହିଛି ଟିମ ଇଣ୍ଡିଆ । ଏହି ମ୍ୟାଚ ଖେଳାଯିବ । ପ୍ରଥମେ ମାଲେସିଆ-ଦକ୍ଷିଣ ଆଫ୍ରିକା ଓ ଦ୍ୱିତୀୟରେ ଭାରତ-ଜାପାନ ମଧ୍ୟରେ ମୁକାବିଲା ହେବ । ଏହାପରେ ଅଗଷ୍ଟ ୧୨ ତାରିଖରେ ଫାଇନାଲ ମୁକାବିଲା ହେବ । ଗତକାଲି ଅର୍ଥାତ୍ ବୁଧବାର ଦିନ ଏସିଆନ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ସେମିଫାଇନାଲ ଖେଳିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇଥିଲେ ଦୁଇ ଦଳ ।
ଏହି ମ୍ୟାଚକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉକ୍ରଣ୍ଠା ଭରି ରହିଥିଲା । ଆଶା ରହିଥିବା ଦୁଇ ଦଳ ମଧ୍ୟରେ ଜୋରଦାର ଟକ୍କର ହେବ । କିନ୍ତୁ ତାହା ହେଲା ନାହିଁ । ମ୍ୟାଚଟି ସମ୍ପୂର୍ଣ୍ଣ ଏକତରଫା ହୋଇଥିଲା । ଭାରତ ବିପକ୍ଷରେ ଗୋଟିଏବି ଗୋଲ କରିବାରେ ସଫଳ ହୋଇନଥିଲା ପାକିସ୍ତାନ । ଫଳରେ ଆରମ୍ଭରୁ ଶେଷ ପର୍ୟ୍ୟନ୍ତ ଭାରତ ମ୍ୟାଚକୁ ନିଜ ନିୟନ୍ତ୍ରଣରେ ରଖି ୪-୦ରେ ବିଜୟୀ ହୋଇଥିଲା । ୪ଟି ଗୋଲ ମଧ୍ୟରେ ୩ଟି ପେନାଲ୍ଟି କର୍ଣ୍ଣରରୁ ମିଳିଥିଲା । ଅଧିନାୟକ ହର୍ମନପ୍ରୀତ ୨ଟି ଗୋଲ ଦେଇଥିବା ବେଳେ ଯୁଗରାଜ ସିଂ ଓ ଆକାଶଦୀପ ସିଂ ଗୋଟିଏ ଲେଖାଏଁ ଗୋଲ ଦେଇ ଭାରତକୁ ସେମିଫାଇନାଲ ଲଢେଇରେ ସାମିଲ କରିଥିଲେ ।ବୁଧବାର ପ୍ରଥମେ ଜାପାନ ଓ ଚୀନ ମଧ୍ୟରେ ମୁକାବିଲା ହୋଇଥିଲା । ଏଥିରେ ୨-୧ ଗୋଲରେ ଜାପାନ ବିଜୟୀ ହୋଇଥିଲା । ପରେ ମାଲେସିଆ ଓ କୋରିଆ ମଧ୍ୟରେ ମୁକାବିଲା ହୋଇଥିଲା । ମ୍ୟାଚଟି ବେଶ ସଂଘର୍ଷପୂର୍ଣ୍ଣ ରହିଥିଲା । ଦକ୍ଷିଣ କୋରିଆ ଖାତା ଖୋଲିବାରେ ବିଫଳ ହୋଇଥିବା ବେଳେ ଗୋଟିଏ ଗୋଲ କରି ମାଲେସିଆ ବିଜୟୀ ହୋଇଥିଲା ।ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି ଭାରତ, ସେହିପରି ଦ୍ବିତୀୟ ସ୍ଥାନରେ ମାଲେସିଆ, ତୃତୀୟ ସ୍ଥାନରେ ଦକ୍ଷିଣ କୋରିଆ ଓ ଚତୁର୍ଥ ସ୍ଥାନରେ ଜାପାନ ରହିଛି । ଏହି ୪ ଦଳ ମଧ୍ୟରେ ଆସନ୍ତା ୧୧ ତାରିଖରେ ସେମିଫାଇନାଲ ଖେଳାଯିବ ।