ଭୁବନେଶ୍ୱର : କଲବଲ କରୁଛି ଶୀତ। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। 24 ଘଣ୍ଟା ଯାଏଁ 16 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହି ଜିଲ୍ଲା ଗୁଡିକ ହେଲା – ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କଳାହାଣଅଡି, କନ୍ଧମାଳ, ବଲାଙ୍ଗିର, ସୋନପୁର, ବୋଦ୍ଧ, ନୂଆପଡା ଓ ନବରଙ୍ଗପୁର। ଆଗାମୀ 2ରୁ ତିନି ଦିନ ମଧ୍ୟରେ ବିଭିନ୍ନ ଜିଲ୍ଲାରେ ସ୍ୱାଭାବିକ ତାପମାତ୍ରାଠାରୁ 3ରୁ 5 ଡିଗ୍ରୀ ପାରଦ କମ ହେବା ସମ୍ଭାବନା। ପରବର୍ତ୍ତୀ ସମୟରେ ଜିଲ୍ଲା ଗୁଡିକରେ 2ରୁ 3 ଡିଗ୍ରୀ ଯାଏଁ ତାପମାତ୍ରା ବୃଦ୍ଧି ହେବା ସମ୍ଭାବନା ରହିଛି। ତେବେ ଗତ 24 ଘଣ୍ଟା ମଧ୍ୟରେ 10 ଡ଼ିଗ୍ରୀ ତଳେ ରହିଛି 10 ସ୍ଥାନର ପାରଦ। 4.5 ଡିଗ୍ରୀ ରାତ୍ରି ତାପମାତ୍ରା ସହ ଜି.ଉଦୟଗିରି ଏବଂ ଫୁଲବାଣୀ ସବୁଠୁ ଥଣ୍ଡା ସହର। ସେହିପରି ଦାରିଙ୍ଗବାଡିରେ 7.5, ବଲାଙ୍ଗୀରରେ 7.8, ଝାରସୁଗୁଡା ଏବଂ କେନ୍ଦୁଝରରେ 8.2, ଅନୁଗୁଳ ଏବଂ ବାରିପଦାରେ 9.6, ଭବାନୀ ପାଟଣା 8.5, ସୋନପୁରରେ 9.5 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ଭୁବନେଶ୍ୱର ରେ 13 ଏବଂ କଟକରେ 11.8 ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ ହୋଇଛି।