ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଳକ ଅନ୍ତର୍ଗତ ବରମୁଣ୍ଡୁଳି ପଞ୍ଚାୟତ ଅଧୀନ କେରୁଆଁପଡା ଠାରେ ଶିଶୁ ବିକାଶ ବିଦ୍ୟା ମନ୍ଦିର ୮ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଏହି ପରିପ୍ରେକ୍ଷୀରେ ଜଗନ୍ନାଥଙ୍କ ପାଖରେ ଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ର ଭାରତୀୟ ଶିକ୍ଷାଗବେଷଣା ପ୍ରତିଷ୍ଠାନ ସାଧାରଣ ସମ୍ପାଦକ ଯୋଗଦେଇଥିଲେ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ , ଶ୍ରୀ ବେହେରା ସମାଜସେବୀ, ଡ଼ଃ ରଜତରଞ୍ଜନ ରାଉତ ଆୟୁଷ, ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ। ଛାତ୍ର ଛାତ୍ରୀ ମାନଙ୍କୁ ଆଗାମୀ ଦିନରେ କିଭଳି ଭଲ ମଣିଷ ହୋଇପାରିବ ବକ୍ତବ୍ୟ ରଖିଥିଲେ। ଏହାପରେ କୁନିକୁନି ପିଲାମାନେ କଳା ପ୍ରଦର୍ଶନ କରିଥିଲେ। ପିଲାମାନଙ୍କୁ ପୁରସ୍କୃତ କରାଯାଇଥିଲା।