ସହରକୁ ସବୁ ଦିଗରୁ ସରସ ସୁନ୍ଦର କରିବା ଲକ୍ଷ୍ୟ ନେଇ ସ୍ଥାନୀୟ ଏନଏସି ସଦା ସର୍ବଦା ପ୍ରୟାସ ଜାରି ରଖିଛି I ଜାତୀୟ ରାଜପଥ ରୁ ସହର ର ମଧ୍ୟ ଭାଗ କୁ ପ୍ରବେଶ କରୁଥିବା ଶିଶୁ ମନ୍ଦିର ରାସ୍ତା କୁ ନବୀକରଣ କରାଯାଉଛି I ପ୍ରତିଦିନ ଏହି ରାସ୍ତା ରେ ସରସ୍ବତୀ ଶିଶୁମନ୍ଦିର, ଶଶୀ ଭୂଷଣ ଉଚ୍ଚ ବିଦ୍ୟାଳୟ, ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଯାତାୟାତ କରନ୍ତି I ଏହା ଛଡା ସମସ୍ତ ସରକାରୀ କାର୍ଯ୍ୟାଳୟ, ଡାକ୍ତରଖାନା କୁ ଯାତାୟାତ ସମେତ ସହର ର ସମସ୍ତ ସାହି ବାସିନ୍ଦା ଏହି ରାସ୍ତା କୁ ନିର୍ଭର କରନ୍ତି I ଏହାକୁ ଦୃଷ୍ଟିରେ ରଖି ଏନ ଏ ସି ପ୍ରଶାସନ ତଥା ନଗରପାଳ ଶିବ ଶଙ୍କର ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଏହି ରାସ୍ତା କୁ ନବୀକରଣ କରାଯାଇଛି I ପେବର ଆଚ୍ଛାଦିତ ଏହି ରାସ୍ତା ଏବେ ଶହ ଶହ ଜନତା, ଛାତ୍ର ଛାତ୍ରୀ ଙ୍କ ସେବାରେ ନିର୍ମିତ ହୋଇଛି I ସହର ଯେ କୌଣସି ଆବଶ୍ୟକ ସମସ୍ୟା କୁ ସମାଧାନ କରିବା ପାଇଁ ଆମେ ବଦ୍ଧପରିକର, ସାମୁହିକ ଭାବେ ସବୁ ବର୍ଗ ର ସେବା ଆମର ଦାୟିତ୍ୱ, ଛୋଟିଆ ଆମ ସହର ଯେଉଁଠି ଆମେ ଦଶହରା, କୁମାରପୂର୍ଣ୍ଣିମା, ଇଦ, ବଡଦିନ, ଦଣ୍ଡଯାତ୍ରା, ମହରମ, କଣ୍ଟାପିଢ଼ା ଯାତ୍ରା, ଗଣେଶ ପୂଜା, ରଥ ଯାତ୍ରା ପରି ଉତ୍ସବ ମିଳିତ ଭାବେ ଆନନ୍ଦ ର ପାଳନ କରିଆସୁଛୁ, ଯାହାକି ଭାଇଚାରା ର ଅନନ୍ୟ ନିଦର୍ଶନ ହେଉଛି ଆମ ସହର I ତେଣୁ ଆମେ କୌଣସି ପ୍ରକାର ନକାରାତ୍ମକ ଭାବନା ନରଖି ସଦା ସର୍ବଦା ସକାରାତ୍ମକ ଚିନ୍ତାଧାରା ରେ ଆଗକୁ ବଢିବା ଯାହାକି ସହର ମଧ୍ୟରେ ଖୁସି ସୌହାର୍ଦ୍ଧ୍ୱପୂର୍ଣ୍ଣ ବାତାବରଣ ଜାରି ରହିବ I ଆମ ସହର ଆମର ଗର୍ବ Iଉଚିତ ପରାମର୍ଶ,ସାମୁହିକ ସହଯୋଗ ହିଁ ସମାଜ କୁ ଉର୍ନ୍ନତି ର ରାସ୍ତା ଦେଖାଇଥାଏ ବୋଲି ନଗରପାଳ କହିଛନ୍ତି I