ଛତିଶଗଡ: ଗୁରୁ ଯିଏ ପିଲାଙ୍କ ଭବିଷ୍ୟତକୁ ଉତ୍ତମ ରୁପେ ଗଢି ତୋଳିବାକୁ ପ୍ରୟାସ କରିଥାଆନ୍ତି ଓ ସମାଜରେ ସୁପ୍ରତିଷ୍ଠିତ କରିବା ଭଲ ମଣିଷ କରିବା ସେ ଜ୍ଞାନ ଜଣେ ଗୁରୁ ହିଁ ଛାତ୍ରଛାତ୍ରୀଙ୍କୁ ଦେଇଥାଏ । ସେଥିପାଇଁ ଗୁରୁ ଶିଷ୍ୟଙ୍କ ସମ୍ପର୍କ ସର୍ବଦା ଉର୍ଦ୍ଧ୍ବରେ । ହେଲେ ଦେଖନ୍ତୁ ଏ ଦୃଶ୍ୟକୁ । ଜଣେ ଶିକ୍ଷକଙ୍କୁ ପିଲାମାନେ କେଉଁଭଳି ଚପଲ ମାଡ କରୁଛନ୍ତି ତାହା ବି ସ୍କୁଲ ଭିତରେ। ଆପଣଙ୍କୁ ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥାଇପାରେ। ହେଲେ ଏହି ଦୃଶ୍ୟଟି ଏକଦମ ସତ । ସ୍କୁଲକୁ ଆସି ପିଲାଙ୍କୁ ପାଠ ପଢାଇବା ବଦଳରେ ସ୍କୁଲକୁ ମଦ ପିଇ ଆସି ପିଲାଙ୍କୁ ଗାଳି ଗୁଲଜ କରୁଥିଲେ ଶିକ୍ଷକ। ଆଉ ତାପରେ ପିଲାମାନେ ଏଭଳି ବ୍ୟବହାର କରିଥିଲେ । ତେବେ ଘଟଣାଟି ଛତିଶଗଡର ବସ୍ତର ବୋଲି ଜଣାପଡିଛି ।