ଶାଶୁଘର ଲୋକଙ୍କ ଆକ୍ରମଣରେ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛି ବୋହୂ । ଏ ଘଟଣା ହେଉଛି ଜଗତସିଂହପୁର ଏରସମା ଥାନା କୃଷ୍ଣଚନ୍ଦ୍ରପୁର ପଂଚାୟତ ସ୍ଥିତ ତଳକୁସୁମା ଗ୍ରାମର । ଗାଁର ଅଞ୍ଜନାଙ୍କ ସାହାଣୀଙ୍କ ଝିଅ ରିଙ୍କିନାଙ୍କର କୋଠି ଗାଁର ମାନସ ନାୟକଙ୍କ ସହିତ ବୈଦିକ ରୀତିରେ ବିବାହ ହୋଇଥିଲା । ସେମାନଙ୍କର ଏକ ୭ବର୍ଷର ଝିଅ ମଧ୍ୟ ଅଛି । ତେବେ କୌଣସି କାରଣରୁ ରିଙ୍କିନା ଓ ମାନସଙ୍କ ମଧ୍ୟରେ କଳହ ହେତୁ ରିଙ୍କିନା ତାଙ୍କ ବାପଘରେ ଆସି ରହୁଥିଲେ । ସେମାନଙ୍କ ମଧ୍ୟରେ ଏରସମା ଜେଏମଏଫସି କୋର୍ଟରେ ଡିଭୋର୍ସ କୋସ ମଧ୍ୟ ହୋଇଥିଲା । ଏହାପରେ କୋର୍ଟଙ୍କ ନିଦେ୍ର୍ଦଶ ଅନୁସାରେ ମାନସ ରିଙ୍କିନାଙ୍କ ଭରଣପୋଷଣ ପାଇଁ ପ୍ରତି ମାସରେ ୪ ହଜାର ଟଙ୍କା ଦେବା କଥା । କିନ୍ତୁ ମାନସଙ୍କ ଭାଇ ପ୍ରକାଶ ନାୟକ ଓ ବାପା ବିଚିତ୍ର ନାୟକ ପାଇସା ଦେବା ବଦଳରେ ତାଙ୍କୁ ବ୍ଲାକମେଲ କରି ତାଙ୍କଠାରୁ ୨ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ସୁନା ଗହଣା ନେଇ ଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି ରିଙ୍କିନାଙ୍କ ମାଆ । ତେବେ ଗତ ୪ ତାରିଖରେ ମାନସଙ୍କ ବାପା, ମାଆ ଓ ଭାଇ ରିଙ୍କିନାଙ୍କ ବାପଘରକୁ ଆସି ତାଙ୍କୁ ଏକ ଧାରୁଆ ଛୁରୀରେ ଆକ୍ରମଣ କରିଥିଲେ । ତେବେ ରିଙ୍କିନାଙ୍କ ବାପା ଘରେ ନଥିବା ବେଳେ ପଡୋଶୀମାନେ ଆସି ତାଙ୍କୁ ଉଦ୍ଧାର କରିଥିଲେ । ତେବେ ଏରସମା ଥାନାଧିକାରୀ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଦୋଷୀମାନଙ୍କୁ ଉଚିତ ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି ରିଙ୍କିନାଙ୍କ ପରିବାର ଲୋକେ ।