ଶାଳୀନତା ଭାବେ ପୋଷାକ ପିନ୍ଧି ଶ୍ରୀମନ୍ଦିର ଭିତରକୁ ଯିବେ ଭକ୍ତ। ଏଭଳି ଚେତାବନୀ ଦେଲା ଶ୍ରୀମନ୍ଦିର ପ୍ରଶାସନ। ନୂଆବର୍ଷରୁ ଏହି ନିୟମ କଡାକଡି ଭାବେ ଲାଗୁ କରାଯିବ। ଶ୍ରୀମନ୍ଦିର ପ୍ରଶାସନ ଏନେଇ ସୂଚନା ଦେଇଛି। ଶ୍ରୀମନ୍ଦିର ପ୍ରଶାସକ ପକ୍ଷରୁ କୁହାଯାଇଛି, ଶ୍ରୀମନ୍ଦିର ପ୍ରବେଶ ବେଳେ ଭକ୍ତମାନେ ଶାଳୀନତାପୂର୍ଣ୍ଣ ଡ୍ରେସ୍ ପିନ୍ଧିବେ। ଫୁଲ୍ ଡ୍ରେସ୍ ପିନ୍ଧିବେ। କୌଣସି ଚରାଫଟା ଓ ହାପ୍ ପ୍ୟାଣ୍ଟ ପିନ୍ଧି ଯାଇପାରିବେ ନାହିଁ। ୧୨ ବର୍ଷରୁ କମ୍ ପିଲା ହାପ୍ ପ୍ୟାଣ୍ଟ ପିନ୍ଧି ପାରିବେ। ଯେଉଁମାନେ ଶାଳୀନତା ପୂର୍ଣ୍ଣ ଡ୍ରେସ୍ ପିନ୍ଧିନଥିବେ, ସେମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ।