ହାତ ବୁଣା ଶାଢୀର ବଜାରରେ ଥାଏ ଅନେକ ଚାହିଦା .,.,ଆଉ ସମସ୍ତଙ୍କର ରହିଥାଏ ପ୍ରଥମ ପସନ୍ଦ ,., ସବୁଠୁ ରହିଥାଏ ଚର୍ଚ୍ଚା । ଆଉ ଚଚ୍ଚର୍୍ା ରେ ରହିଥାନ୍ତି ସୁବଣ୍ର୍ଣ୍ରପୁର ଜିଲ୍ଲାର ବୁଣାକାର ଓ ବାନ୍ଧଶିଳ୍ପୀ । କେତେବେଳେ ଏଠାକାର ହାତବୁଣା ଶାଢି ବଲିଉଡ ସେଲିବ୍ରେଟିଙ୍କ ପ୍ରଥମ ପସନ୍ଦ ପାଳଟିଥିବାବେଳେ ରାଜନେତାମାନେ ମଧ୍ୟ ପରିଧାନ କରିଥାନ୍ତି । ତେବେ ସୁବର୍ଣ୍ଣପୁରର ବାନ୍ଧଶିଳ୍ପୀଙ୍କ ହାତରେ ରହିଛି ଯାଦୁ । ନିଆରା ଡିଜାଇନ କରି ବିଶ୍ୱ ଦରବାରରେ ସୃଷ୍ଟି କରିଛନ୍ତି ସ୍ୱତନ୍ତ୍ର ପରିଚୟ । ଏବେ ଏଭଳି ଏକ ନିଆରା ପ୍ରୟାସ କରିଛନ୍ତି ଜଣେ ବାନ୍ଧଶିଳ୍ପି । ପଶ୍ଚିମ ଓଡ଼ିଶାରେ ଭାଦ୍ରବ ମାସ ଅମାବାସ୍ୟାରେ ପାଳିତ ହେଉଥିବା ସପ୍ତପୂରି ଅମାବାସ୍ୟା କୁ ପୁରା ଉଁଆସ ଭାବେ ପାଳନ କରାଯାଉଥିବାବେଳେ ଏହି ପରମ୍ପରାର ଝଲକ ଦେଖିବାକୁ ମିଳିଛି ହାତ ବୁଣା ପାଟ ଶାଢ଼ୀରେ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ହନୁମାନପାଲି ଗାଁ ର ଟିକାୟତ ମେହେରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି ଡିଜାଇନକୁ ବାନ୍ଧଶିଳ୍ପୀ ପ୍ରଫୁଲ୍ଲ ମେହେର ପ୍ରସ୍ତୁତ କରିଛନ୍ତି । ଟିକାୟତ ଆଗରୁ ମଧ୍ୟ ପ୍ରଣାମ ଶାଢ଼ୀ ପ୍ରସ୍ତୁତ କରି ରାଜ୍ୟ ସ୍ତରରେ ପୁରସ୍କୃତ ହୋଇଛନ୍ତି । ଏବେ ପୁରା ଉଁଆସ ଶାଢ଼ୀ ପ୍ରସ୍ତୁତ କରି ପୁଣି ଚର୍ଚ୍ଚାରେ ଅଛନ୍ତି ଟିକାୟତ । ଏହି ଶାଢ଼ୀର ଛୋଟ ଛୁଆଙ୍କ ଦ୍ବାରା ଖେଳାଯାଉଥିବା କୁଣ୍ଢି କାଞ୍ଚିରୁ ଆରମ୍ଭ କରି ପ୍ରସିଦ୍ଧ ଲଙ୍କା ପୋଡ଼ିର ଝଲକ ଦେଖିବାକୁ ମିଳିଛି । ଏହି ଶାଢ଼ୀଟା ପ୍ରସ୍ତୁତ କରିବାକୁ ପ୍ରାୟ ମାସେ ସମୟ ଲାଗିଥିବାବେଳେ ଏହା ୩୦ ହଜାର ଟଙ୍କାରେ ବିକ୍ରି ହେବ ବୋଲି କହିଛନ୍ତି ଟିକାୟତ । ସୁବର୍ଣ୍ଣପୁର ଜିଲ୍ଲାର ହସ୍ତତନ୍ତ କାରିଗରଙ୍କ ହାତବୁଣା ଲୁଗା ଏବେ ସାରା ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବାବେଳେ ପୁଣି ଚର୍ଚ୍ଚାରେ ବୁଣାକାର । ନିଜ ପରମ୍ପରାକୁ ଶାଢିରେ ସ୍ଥାନ ଦେଇ ବିଭିନ୍ନ ମହଲରୁ ପ୍ରଶଂସା ସାଉଁଟିଛନ୍ତି କାରିଗର ।