ରାଜ୍ୟ ସରକାରଙ୍କ ଓଡିଶା ସାହିତ୍ଯ ଏକାଡେମି ତରଫରୁ ସ୍ଥାନୀୟ ଶଶିଭୂଷଣ ସାହିତ୍ଯ ସାଂସଦ ଆନୁକୁଲ୍ୟରେ ଶଶିଭୂଷଣ ରଥଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ ଗୁରୁବାର ତାଙ୍କ ନିଜ ଜନ୍ମ ସ୍ଥାନ ସୋରଡା ର ସ୍ଥାନୀୟ ଗାନ୍ଧୀ ଗାନ୍ଧୀସ୍ମୃତି ଭବନ ରେ ଅନୁଷ୍ଠିତ ହୋଇଯାଇଛି । ସାହିତ୍ଯ ସାଂସଦ ସଭାପତି ଧୋବା ବେହେରା ଙ୍କ ସଭାପତିତ୍ଵରେ ଆୟୋଜିତ ସମାରୋହ ରେ ସନମାନିତ ଅତିଥି ଭାବେ ଏନଏସି ଅଧ୍ୟକ୍ଷ ଶିବଶଙ୍କର ପଣ୍ଡା ,ପ୍ରାକ୍ତନ କୁଳପତି ଡକ୍ଟର ଶିବପ୍ରସାଦ ଅଧିକାରୀ ,ଶିକ୍ଷାବିତ କାଳିଚରଣ ପ୍ରଧାନ ବିବେକାନନ୍ଦ ଯୁବ ପରିଷଦର ଶିବ ପ୍ରସାଦ ସୁଆର ,ପ୍ରମୋଦ ପଟନାୟକ ,ବରେଣ୍ୟ ଅତିଥି ଡକ୍ଟର ଦେବଦତ୍ତ ସିଂ ଦେଓ ,ମୁଖ୍ୟବକ୍ତା ଡକ୍ଟର ଅନନ୍ତରାମ କର କୌଣ୍ଡନ୍ୟ ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରଥମେ ଶଶିଭୂଷଣ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପ ଅର୍ପଣ ପରେ କଣ୍ଠଶିଳ୍ପୀ ଲତା ପଟନାୟକ ,କୁସୁମ ପଟନାୟକ ଙ୍କ ପ୍ରାରମ୍ଭିକ ସଙ୍ଗୀତ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଅଞ୍ଚଳର ଶ୍ରେଷ୍ଠ ନାଗରିକ ହିସାବରେ ରାଜା ଶ୍ରୀ ଦେବଦତ୍ତ ସିଂ ଦେଓ ଙ୍କୁ ବିଶିଷ୍ଠ ନାଗରିକତ୍ଵ ସନମାନ ପ୍ରଦାନ ପୂର୍ବକ ଉପଢୌକନ ସହ ମୁକୁଟ ପ୍ରଦାନ କରଯାଇଥିଲା । ଶଶିଭୂଷଣ ଜଣେ ସମାଜ ସଂସ୍କାରକ,ଓଡିଆ ଭାଷା ଜଗତ ର ଜାଗ୍ରତ ପ୍ରହରୀ ତଥା ରାଜ୍ୟର ଶିକ୍ଷା ର ବିକାଶ ,ଭାଷା ରକ୍ଷକ ଓ ସଂସ୍କୃତି କୁ ବଜାୟ ରଖିବା ପାଇଁ ଅହରହ ଉଦ୍ୟମ ଜାରି ରଖିଥିଲେ । ତାଙ୍କରି ଉଦ୍ୟମ ଯୋଙ୍ଗୁ ଆଜି ଆମେ ଓଡିଆ ବୋଲି ପରିଚିତ ହୋଇପାରିଛେ ବୋଲି ଶ୍ରୀ କର କହିଥିଲେ । ଅଞ୍ଚଳର ସାମୁହିକ ବିକାଶ ପାଇଁ ସମସ୍ତଙ୍କ ସହଯୋଗ ଓ ସୁଚିନ୍ତିତ ଉପଦେଶ ହିଁ ଏକ ବଳିଷ୍ଠ ସମାଜ ର ପରିକଳ୍ପନା କରିଥାଏ । ଆଜିର ଏହି ଦିବସ ସୁଦକ୍ଷ ବିନ୍ଧାଣି ଶଶି ଭୂଷଣ ଙ୍କ ଜୟନ୍ତୀ ପାଳନ ରେ ସବୁ ବର୍ଗର ଗୁଣବାନ ବ୍ୟକ୍ତିଙ୍କ ଗୋଟିଏ ସ୍ଥାନରେ ଏକତ୍ରିତ ମିଳନ ଅଞ୍ଚଳର ସାହିତ୍ଯ ,ସଂସ୍କୃତି ପ୍ରେମୀଙ୍କ ଙ୍କ ପାଇଁ ଏକ ଗର୍ବର ଦିନ ବୋଲି ନଗରପାଳ ଶ୍ରୀ ପଣ୍ଡା କହିଥିଲେ । ବରିଷ୍ଠ ନାଗରିକ ଲଡୁକିଶୋର ଦାଶ ଗାନ୍ଧୀ ପ୍ରତିମୁର୍ତୀ ରେ ପୁଷ୍ପଅର୍ପଣ କରିଥିଲେ । ସାଂସଦ ର ଉମାଶଙ୍କର ଦାସ ,ରଞ୍ଜନ ପାଟଯୋଷି ପ୍ରମୁଖ ପରିଚାଳନା କରିଥିଲେ । ସକାଳେ ସହରର ଋଷିକୁଲ୍ୟା ଛକ ,ଉଚ୍ଚବିଦ୍ୟାଳୟ ପରିସରରେ ଶଶୀ ଭୂଷଣ ଙ୍କ ପ୍ରତିମୁର୍ତୀ ରେ ପୁଷ୍ପ ଅର୍ପଣ କରଯାଇଥିଲା । ଅଞ୍ଚଳର ବରିଷ୍ଠ କବି ,ସାହିତ୍ୟିକ ,ତଥା ପୁରୋହିତ ରାଧାକୃଷ୍ଣ ଦାଶ ଶର୍ମା ,କାଉନ ସିଲର ସତ୍ୟନାରାୟଣ ସୁବୁଦ୍ଧି ,ଶିକ୍ଷାବିତ ଜନ ମୋହନ ନାୟକ ,ସମାଜ ସେବୀ ତଥା ସଙ୍ଗୀତଜ୍ଞ ଶିଶିର ଦାସ ,କଳାକାର ଟିଟି ଦାସ,ସଞ୍ଜୟ ପଣ୍ଡା ,ଝୁଲୁ ପଣ୍ଡା ,ରୁଷି କୁଲ୍ୟା ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ ରମେଶ ଚନ୍ଦ୍ର ପାଢୀ ,ଅଧ୍ୟାପକ ଡକ୍ଟର ହୃଷୀକେଶ ମିଶ୍ର ,ପ୍ରଦୀପ କୁମାର ସ୍ଵାଇଁ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ସଭାପତି ଧୋବା ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ କାଳି ଚରଣ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନା ଯୋଗ୍ୟ ଯେ ଜୟନ୍ତୀ ପ୍ରତିବର୍ଷ ଜାନୁୟାରୀ ୧ ରେ ପାଳନ ହେଉଥିବା ବେଳେ ପୂର୍ବତନ ପ୍ରଧାନ ମନ୍ତ୍ରୀ ଡକ୍ଟର ମନ ମୋହନ ସିଁ ଙ୍କ ବିୟୋଗ ରେ ୭ ଦିନିଆ ଶୋକ ପାଳନ ଥିବାରୁ ଏହା ୨ ତାରିଖରେ ପାଳନ ପାଇଁ ନିସ୍ପତି ହୋଇଥିଲା