ନୀଳଗିରି : ନୀଳଗିରି ଥାନା ଅନ୍ତର୍ଗତ ଖଡିପଦା ଗ୍ରାମରେ ଥିବା ଶନି ମନ୍ଦିରର ତାଲା ଭାଙ୍ଗି ବୁଧବାର ମଧ୍ୟରାତିରେ ଚୋରି ହୋଇଥିବା ଜଣାପଡିଛି। ଲୁଟେରାମାନେ ମନ୍ଦିର ଭିତରେ ପଶି ଠାକୁରଙ୍କ କେଜିଏରୁ ଅଧିକ ଓଜନର ରୂପା ମୁକୁଟ ସହ ଅନ୍ୟାନ୍ୟ ସୁନା ଅଳଙ୍କାର ଲୁଟିନେଇଛନ୍ତି । ବୁଧବାର ସନ୍ଧ୍ୟାରେ ଆରତୀ ପରେ ପୂଜକ ଚାବି ଦେଇ ଘରକୁ ଯାଇଥିଲେ । ଗୁରୁବାର ସକାଳୁ ଲୋକେ ତାଲା ଭଙ୍ଗାଯାଇଥିବା ଦେଖିବା ପରେ ମନ୍ଦିର ଭିତରେ ପଶି ଦେଖିଥିଲେ । ଦୁର୍ବୃତ୍ତମାନେ ମନ୍ଦିର ଭିତରେ ପଶି ମୁକୁଟ ଓ ଅଳଙ୍କାର ନେଇ ମୂର୍ତ୍ତି ମୁହଁକୁ ପଛ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି ।