ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୨୮.୦୨): ଭୁବନେଶ୍ୱର ଲୋୟର ପିଏମ୍ଜିରେ ବିଜେପି ଯୁବମୋର୍ଚ୍ଚା-ପୋଲିସ ଧସ୍ତାଧସ୍ତି । ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଆନ୍ଦୋଳନରେ ବେଳେ ମୁହାଁମୁହିଁ ହୋଇଛନ୍ତି ।ଖବର ଅନୁଯାୟୀ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ନେଇ ରାଲି କରୁଥିଲା ବିଜେପି ଯୁବମୋର୍ଚ୍ଚା । ଏହି ସମୟରେ ବିଜେପି କର୍ମୀ ହଠାତ୍ ବାରିକେଡ୍ ଭାଙ୍ଗିବାକୁ ଉଦ୍ୟମ କରୁଥିଲେ । ଯାହାକୁ ରୋକିବାକୁ ଯାଇ ପୋଲିସ ସହିତ ମୁହାଁମୁହିଁ ହୋଇଥିଲେ ବିଜେପି ଯୁବମୋର୍ଚ୍ଚାର କର୍ମୀ । ଶେଷରେ ବିଜେପି ଓ ପୋଲିସ ମଧ୍ୟ ଧସ୍ତାଧସ୍ତି ହୋଇଥିଲେ । ଏପିରିକି ପୋଲିସକୁ ଆକ୍ରମଣ କରିଥିବା କରିଥିବା ମଧ୍ୟ ଅଭିଯୋଗ ହୋଇଛି । ସେପଟେ ପୋଲିସ ମଧ୍ୟ ଲାଠିଚାର୍ଜ କରିଥିବା ଜଣାପଡିଛି ।