ନବରଙ୍ଗପୁର ଜିଲ୍ଲାର ଲୋକ ମହୋତ୍ସବ ମଣ୍ଡେଇ ୨୦୨୪ ନନ୍ଦାହାଣ୍ଡି ବ୍ଲକ ଧଣ୍ଡରା ସ୍ଥିତ ଶୈବ ପୀଠରୁ ଶୁଭାରମ୍ଭ କରାଯାଇଛି ।ସଭାପତି ଡ଼ଃ ଶୁଭଙ୍କର ମହାପାତ୍ର ଅଧକ୍ଷତାରେ ଏହି ମଣ୍ଡେଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।ଡିସେମ୍ବର ୬ ରୁ ୧୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ ମଣ୍ଡେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।ଆଜି ନନ୍ଦାହାଣ୍ଡି ବ୍ଲକରୁ ଆରମ୍ଭ କରି ସମସ୍ତ ବ୍ଲକରେ ଏହି କାର୍ଯ୍ୟକ୍ରମ କରାଯିବ ।ନବରଙ୍ଗପୁର ଜିଲ୍ଲାର ପାରମ୍ପରିକ ବାଜା ସହ ଆଦିବାସୀ ନାଚ ମାଧ୍ୟମରେ କାର୍ଯ୍ୟକ୍ରମ କରାଯାଇଛି । ଏହି ମଣ୍ଡେଇ କାର୍ଯ୍ୟକ୍ରମ ପ୍ରତ୍ୟେକ ବର୍ଷ ହୋଇ ଆସୁଛି ତେଣୁ ପ୍ରଶାସନ ତରଫରୁ ଏହାର ଆୟୋଜନ କରିଛନ୍ତି ।ଜିଲ୍ଲାର ଶିକ୍ଷା ,ସଂସ୍କୃତି କୁ ବଜାୟ ରଖିବାକୁ ଅତିଥିମାନେ କହିଥିଲେ ।ଜିଲ୍ଲାର କଳା ସଂସ୍କୃତିକୁ କିପରି ଆଗେଇ ନେଇ ହବ ସେଥିପାଇଁ ମଣ୍ଡେଇ ଶୁଭାରମ୍ଭ ହୋଇଛି ବୋଲି ଅତିଥିମାନେ କହିଛନ୍ତି ।ବ୍ଲକର ତଥା ଜିଲ୍ଲାର ମହିଳା ପୁରୁଷ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ସରକାରଙ୍କ ତରଫରୁ ଏହି ମଣ୍ଡେଇ କାର୍ଯ୍ୟକ୍ରମ ୨୦୦୨ ମସିହାରୁ ଆରମ୍ଭ କରାଯାଇଥିଲା ।ଢେମ୍ସା ନାଚ,ଆଦିବାସୀ ନାଚ,ଜିଲ୍ଲାର ସଂସ୍କୃତି ପରମ୍ପରା ଅନୁସାରେ ଏକ ବିଶାଳ ରାଲି ସହ ମଶାଲ ଧରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।